ଉପରାଷ୍ଟ୍ରପତି ନିର୍ବାଚନରେ ମାଷ୍ଟରଷ୍ଟ୍ରୋକ୍ ଖେଳିବେ କି ନବୀନ ? ଗତଥର ଦେଇଥିଲେ ୟୁପିଏକୁ ସମର୍ଥନ

0

ଭୁବନେଶ୍ୱର(ଆମ ଟିଭି) ପୁଣି ସାରା ଦେଶକୁ ଚକମା ଦେବ ବିଜେଡି । ଉପରାଷ୍ଟ୍ରପତି ନିର୍ବାଚନରେ ମାଷ୍ଟରଷ୍ଟ୍ରୋକ୍ ଖେଳିବେ ନବୀନ ପଟ୍ଟନାୟକ । ସମୟ ଦେଖି ଉଚିତ ନିଷ୍ପତି ନେଇ ପୁଣି ଜାତୀୟ ରାଜନୀତିରେ ଓଡ଼ିଶା ଦେଖାଇବ ଦମ୍ । ଗଲା ୨୦୧୭ରେ ୟୁପିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲା ବିଜେଡି ହେଲେ ଏଥର ଦେଶକୁ ନୂଆ ଦିଶା ଦେଖାଇବ ବିଜୁ ଜନତା ଦଳ ।

ଆସନ୍ତା ଅଗଷ୍ଟ ୬ରେ ଉପରାଷ୍ଟ୍ରତି ନିର୍ବାଚନ । ଜାତୀୟ ରାଜନୀତି ଏବେ ଠୁ ସରଗରମ ହେଲାଣି । ମିଳିତ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ଦେଇଥିବା ବିରୋଧି ମେଂଟ ରାଷ୍ଟ୍ରପତି ନିର୍ବାଚନ ପରେ ଏକାଠି ହେବେ । କାହାକୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବେ ସେ ନିଷ୍ପତି ନେବେ । ସେଟେ ଏନଡିଏ ଏନେଇ ଚିନ୍ତା କରୁଥିବା କୁହ।।ଉଛି । େହେତୁ ୂର୍ବ ଭାରତରୁ ଓଡିଶାର ଦ୍ରୌଦୀ ମୁର୍ମୁଙ୍କୁ ରାଷ୍ଟ୍ରତି ପ୍ରାର୍ଥୀ ଦିଆଯାଇଛି ତେଣୁ ପଶ୍ଚିମ କିମ୍ବା ଉତରକୁ ଉପରାଷ୍ଟ୍ରପତି ପ୍ରାର୍ଥୀ ମିଳିାରେ । ଭେଙ୍କିୟା ନାଇଡୁଙ୍କ କାର‌୍ୟ୍ୟକାଳ ଅଗଷ୍ଟ ୧୦ରେ ସରୁଥିବା ବେଳେ ତାଙ୍କ ବଦଳରେ ନୂଆ ପ୍ରାର୍ଥୀ ଦେଇଛି ଏନଡିଏ ।

ବଡକଥା ହେଲା, ଲୋକସଭାରେ ବିଜେଡିର ୧୨ଜଣ ଓ ରାଜ୍ୟସଭାରେ ୯ଜଣ ସାଂସଦ ରହିଛନ୍ତି । ଉପରାଷ୍ଟ୍ରତି ନିର୍ବାଚନରେ ଏନଡିଏର ପଲା ଭାରୀ ରହିଛି ତଥାି ବିଜେଡି ଭଳି ଆଂଚଳିକ ଦଳର ସାହାର୍ଯ୍ୟ ଲୋଡିବ ବିଜେପି । ନଗଦରେ ରାଷ୍ଟ୍ରତି ନିର୍ବାଚନରେ ଓଡିଶା ମାଟିର ଝିଅ ଦ୍ରୌଦୀଙ୍କୁ ଦଳମତ ନିର୍ବିଶେଷରେ ବିଜେଡି ସମର୍ଥନ କରିଛି । କିନ୍ତୁ ଉପରାଷ୍ଟ୍ରତି ନିର୍ବାଚନରେ ଦଳ ପ୍ରାର୍ଥୀ ଦେଖି ସମର୍ଥନ ଦେଇାରେ ବୋଲି ଚର୍ଚ୍ଚା ହେଉଛି । ତେବେ ୨୦୧୭ରେ ୟୁପିଏ ପ୍ରାର୍ଥୀ ଗେ।ପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ ଦେଇଥିଲା ବିଜେଡି । ତେଣୁ ଏଥର କାହାକୁ ଦଳ ସମର୍ଥନ ଦେଉଛି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.