ଏନସିପି ହାତ ଛାଡ଼ିବେ କି ଅଜିତ୍ ପାୱାର?

0

ମୁମ୍ବାଇ (ଆମ ଟିଭି): ଅଜିତ୍ ପାୱାରଙ୍କୁ ନେଇ ମହାରାଷ୍ଟ୍ର ରାଜନୀତିରେ ଏବେ ବେଶ୍ ଚର୍ଚ୍ଚା । ଏନସିପି ବା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମଧ୍ୟରେ ସବୁକିଛି ଠିକ୍ ଠାକ ଚାଲିନାହିଁ । ପାର୍ଟିର ନେତା ଶରଦ ପାୱାର ଓ ତାଙ୍କ ଭଣଜା ଅଜିତ ପାୱାରଙ୍କ ମଧ୍ୟରେ ଥିବା ଘରୋଇ କଳି ଏବେ ପଦାରେ ପଡିଛି । ଏବେ ମୁମ୍ବାଇର ଘାଟକୋପର ଠାରେ ହେବାକୁ ଥିବା ବୈଠକକୁ ଅଜିତ ପାୱାରଙ୍କୁ ନିମନ୍ତ୍ରଣ ମିଳିନାହିଁ । ଏହାକୁ ଶରଦ ପାୱାରଙ୍କ କ୍ଷମତା ଶୋ ବୋଲି କୁହାଯାଉଛି ।

ମୁମ୍ବାଇରେ ହେବାକୁ ଥିବା ଏହି ବୈଠକ ବିଜେପି ଓ ସିନ୍ଦେଗୋଷ୍ଠୀ ମେଣ୍ଟ ସରକାରଙ୍କ ନୀତି ବିରୋଧରେ ଆଗାମୀ ରଣନୀତି ପ୍ରସ୍ତୁତ କରିବାକୁ ଡକାଯାଇଛି । ଏହି ବୈଠକରେ ଏନସିପି ମୁଖ୍ୟ ଶରଦ ପାୱାର ଯୋଗ ଦେଉଛନ୍ତି । ଏହାସହ ଏନସିପିର ରାଜ୍ୟ ଅଧ୍ୟକ୍ଷ ଜୟନ୍ତ ପାଟିଲ ଓ ଦଳର ବରିଷ୍ଠନେତାମାନେ ଯୋଗ ଦେବାକୁ ଯାଉଛନ୍ତି । ଏହାସହ ଜାମିନରେ ଥିବା ଦଳର ବରିଷ୍ଠ ନେତା ଅନିଲ ଦେଶମୁଖ ଓ ଛଗନ ଭୁଜବଳ ମଧ୍ୟରେ ବୈଠକରେ ସାମିଲ ହେଉଥିବା ବେଳେ ଅଜିତ ପାୱାରଙ୍କ ଭଳି ବରିଷ୍ଠ ନେତାଙ୍କୁ ନିମନ୍ତ୍ରଣ ନମିଳିବା ଅନେକ ଆଡକୁ ଇଶାରା କରୁଛି । ଦେଖାଯାଉ ଆକଗୁ ଏହା କେଉଁ ମୋଡ଼ ନେଉଛି ।

Leave A Reply

Your email address will not be published.