ପାଟନା (ଆମ ଟିଭି): ବିଜେପିକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ନୀତୀଶ କହିଛନ୍ତି ମରିବା ଯାଏ କେବେହେଲେ ବିଜେପି ସହ ଆସିବେ ନାହିଁ । ସେ ସ୍ପଷ୍ଟ ଭାବେ କହିଛନ୍ତି ମୋତେ ମୃତ୍ୟୁ ପସନ୍ଦ, କିନ୍ତୁ ବିଜେପି ସାଥିରେ ଯିବି ନାହିଁ ।
ନୀତୀଶ କୁମାର କହିଛନ୍ତି ଆମେ ଅଟଳଜୀଙ୍କୁ ମାନୁଥିବା ଲୋକ । ଆମେ ବିଜେପିର ହାତ ଛାଡିଦେଇଥିଲୁ । ସେମାନେ ଜବରଦସ୍ତି ଆମ ସହ ଆସିଥିଲେ । ୨୦୨୦ରେ ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନଥିଲି, ସେମାନେ କିନ୍ତୁ ଯାହା କଲେ ତାହା ସମସ୍ତେ ଜାଣିଛନ୍ତି । ଆମେ ତାଙ୍କୁ ଅନେକ ସମ୍ମାନ ଦେଇଛୁ । ସେ ଆହୁରି ମଧ୍ୟ କହିଛନ୍ତି, ଚଳିତ ଥରର ନିର୍ବାଚନ ହେବାକୁ ଦିଅନ୍ତୁ । ସମସ୍ତଙ୍କୁ ଜଣାପଡିବ ଯେ କାହାକୁ କେତେ ସିଟ୍ ମିଳୁଛି ।