ବଦଳିବ କି ’ରେଭେନ୍ସା’ ବିଶ୍ଵବିଦ୍ୟାଳୟର ନାଁ ! ଜାଣନ୍ତୁ କ‘ଣ କହିଲେ କେନ୍ଦ୍ରମନ୍ତ୍ରୀ?

0

କଟକ (ଆମ ଟିଭି): ଓଡ଼ିଶାର ବହୁ ପୂରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ’ରେଭେନ୍ସା’ର ନାମ ପରିବର୍ତ୍ତନ ହେବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗ୍ରହ ପ୍ରକାଶ କରିଛନ୍ତି। ଆଜି କଟକରେ ଆୟୋଜିତ ସ୍ବାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହି ପରି ମତ ଦେଇଛନ୍ତି । ସେ କହିଛନ୍ତି ଯେ, ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି । ଏଥିସହ ଯେଉଁ ରେଭେନ୍ସାଙ୍କ ନାଁରେ ଏହା ହୋଇଛି, ତାଙ୍କ ଭୂମିକା କଣ ଥିଲା ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ ।

୧୮୬୬ ମସିହାର ନ’ଅଙ୍କ ଦୁର୍ଭିକ୍ଷ ବେଳେ ସେହି ରେଭେନ୍ସା ବ୍ୟକ୍ତି ଜଣକ କରୁଥିଲେ କଣ? ଯେଉଁ ବ୍ୟକ୍ତି ଓଡ଼ିଆଙ୍କୁ କଷ୍ଟ ଦେଉଥିଲେ, ତାହା କଣ ଗୌରବ ବିଷୟ କି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଶ୍ରୀ ପ୍ରଧାନ । ତେବେ ନାଁ ବଦଳିବା ମୋର ବ୍ୟକ୍ତିଗତ ମତ, ଏହା ଉପର ବିତର୍କ ଆବଶ୍ୟକ । ଓଡ଼ିଶାର ବୁଦ୍ଧିଜୀବୀମାନେ ଏହା ଉପରେ ଚିନ୍ତା କରିବା ଉଚିତ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ କଡ଼ା ଭାଷାରେ ବିରୋଧ କରିଛନ୍ତି କଲେଜର ତିନି ପୂର୍ବତନ ପ୍ରଫେସର ଓ ଛାତ୍ର । ଏହାକୁ ଅବାସ୍ତବ, ହୀନମନ୍ୟତା, କହି ସମାଲୋଚନା କରିଛନ୍ତି କଲେଜର ପୂର୍ବତନ ପ୍ରଫେସର । ଏଥିସହ ସରକାର ଏଥିରୁ ନିବୃତ ରହନ୍ତୁ ବୋଲି ମଧ୍ୟ କହିଛନ୍ତି । ରେଭେନ୍ସା କେବଳ ନାମ ନୁହେଁ, ଇଟ୍‌ ଇଜ୍‌ ୱେ ଅଫ୍‌ ଲାଇଫ୍‌’ । ଏହା ସହ ଶହେ ବର୍ଷର ଇତିହାସ ଯୋଡ଼ି ହୋଇ ରହିଛି । ଯେଉଁମାନେ ରେଭେନ୍ସା ସାହେବକୁ ଜାଣି ନାହାନ୍ତି ସେମାନେ ଏପରି କହିବେ । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପତି ତାଙ୍କର ଅବଦାନ ଅତୁଳନୀୟ । ଓଡ଼ିଆ ଅସ୍ମିତା ନାଁରେ ତାଙ୍କୁ ଅପମାନିତ କରାଯିବା ଅନୁଚିତ ।

Leave A Reply

Your email address will not be published.