ଜେଲ୍ ଯିବେ କି ଟ୍ରମ୍ପ୍?
ନୂଆଦିଲ୍ଲୀ (ଆମ ଟିଭି): ଦିନକୁ ଦିନ ଡୋନାଲ୍ଡ ଟ୍ରମ୍ପଙ୍କ ଅଡ଼ୁଆ ବଢିବାରେ ଲାଗିଛି । FBI ରେଡ୍ ବେଳେ ଟ୍ରମ୍ପଙ୍କ ଫ୍ଲୋରିଡ଼ା ସ୍ଥିତ ମାର-ଏ-ଲାଗୋ ବାସଭବନରୁ ବାହାରିଛି ଗୁରୁତ୍ୱପୂର୍ଣ୍ଣ ଗୋପନ ଦସ୍ତାବିଜ୍ । ଟପ୍ ସିକ୍ରେଟ୍ ଫାଇଲ ସିଜ୍ କରିଛି ଫେଡେରେସନ୍ ବ୍ୟୁରୋ ଅଫ୍ଇନଭେଷ୍ଟିଗେସନ୍ । ମୋଟ ୧୧ସେଟ୍ ଡକ୍ୟୁମେଣ୍ଟ ସିଜ୍ କରିଛି FBI । ଏଥିରେ ରହିଛି ‘TS/SCI’ ନାନକ ଦସ୍ତାବିଜ୍ । ଯାହାକୁ ଅତି ଗୋପନ ବୋଲି କୁହାଯାଉଛି।
ଏପରିକି ଆମେରିକାର ଜାତୀୟ ସୁରକ୍ଷା ପ୍ରତି ଏହା ବିପଦର କାରଣ ହୋଇପାରେ । ଶୁକ୍ରବାର ଜଣେ ଜଜ୍ ୭ ପୃଷ୍ଠାର ଦସ୍ତାବିଜ୍ ଖୋଲିବା ପରେ ସିଜ୍ ଆଇଟମ୍କୁ ସାର୍ବଜନୀନ କରାଯାଇଥିଲା। ଏହା ଭିତରେ ରହିଛି ସର୍ଚ୍ଚ ଓ୍ଵାରେଣ୍ଟ ପାଇଁ ଅନୁମତି। ସର୍ଚ୍ଚ ଓ୍ଵାରେଣ୍ଟରେ ୩ଟି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଥିଲା। ଦେଶର ସୁରକ୍ଷା ସଂପର୍କିତ Espionage Act ର ଉଲଂଘନ, ଆଇନ୍କୁ ବାଧାଦେବା ଏବଂ ଅପରାଧିକ ଉଦ୍ଦେଶ୍ୟରେ ସରକାରୀ ଦସ୍ତାବିଜ୍ର ହଡପ୍ ।
ସୋମବାର ଟ୍ରମ୍ପଙ୍କ ମାର-ଏ-ଲାଗୋ ରିସୋର୍ଟରେ ସର୍ଚ୍ଚ ବେଳେ ୨୦ଟି ବାକ୍ସରେ ଦସ୍ତାବିଜ୍ ଉଠାଇଥିଲା ଏଫବିଆଇ। ଏଥିରେ ଥିଲା ୪ ସେଟ୍ ଟପ୍ ସିକ୍ରେଟ୍ ଫାଇଲ। ଆମେରିକା ହାଉସ୍ ସ୍ପିକର ନାନ୍ସୀ ପେଲୋସି କହିଛନ୍ତି, ସର୍ବୋଚ୍ଚ ଗୋପନୀୟ ଠାରୁ ମଧ୍ୟ ଅଧିକ ଗୋପନୀୟ ଦସ୍ତାବିଜ୍ ଜବତ ହୋଇଥିବା ଜଣାପଡ଼ିଛି। ଯଦି ଦସ୍ତାବିଜ୍ ସେଭଳି ହୋଇଥାଏ ତେବେ ଅତ୍ୟନ୍ତ ଗମ୍ଭୀର।