୧୦ ଦିନ ମଧ୍ୟରେ ସେ ଟପ୍ ୨୦ରୁ ବାଦ ପଡ଼ିଛନ୍ତି ଆଦାନୀ
ନୂଆଦିଲ୍ଲୀ : ଆମେରିକାର ଶର୍ଟ ସେଲର ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ଦେଇଥିବା ରିପୋର୍ଟ ଶିଳ୍ପପତି ଗୌତମ ଆଦାନୀ ଓ ତାଙ୍କ କମ୍ପାନୀକୁ ମହଙ୍ଗା ପଡ଼ିଛି। ରିପୋର୍ଟ ପ୍ରକାଶ ପାଇବା ଦିନ ଠାରୁ ଷ୍ଟକ ମାର୍କେଟରେ ଆଦାନୀ ଗ୍ରୁପ୍ର ଶେୟାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଏକଦା ଗୌତମ ଆଦାନୀ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ଥିବା ବେଳେ ୧୦ ଦିନ ମଧ୍ୟରେ ସେ ଟପ୍ ୨୦ରୁ ବାଦ ପଡ଼ିଛନ୍ତି।
ସେହିପରି ହିଣ୍ଡେନବର୍ଗର ରିପୋର୍ଟ ପୂର୍ବରୁ ଆଦାନୀ ଗ୍ରୁପ୍ର ସମ୍ପତ୍ତି ମୂଲ୍ୟ ୨୧୭ ବିଲିୟନ ଡଲାର ଥିଲା। ହେଲେ ୧୦ ଦିନ ମଧ୍ୟରେ ଏହା ୧୧୮ ବିଲିୟନ ଡଲାର ହ୍ରାସ ପାଇଛି। ଏବେ ମାର୍କେଟରେ ଆଦାନୀ ଗ୍ରୁପ୍ ପାଖରେ ୯୯ ବିଲିୟନ ଡଲାରର ସମ୍ପତ୍ତି ରହିଛି। ଆଦାନୀ ଗ୍ରୁପ୍ ହିଣ୍ଡେନବର୍ଗ ରିପୋର୍ଟ ଯୋଗୁ ୫୦% ସମ୍ପତ୍ତି ହରାଇ ସାରିଲାଣି।