ମହିଳା ଟି-୨୦ ବିଶ୍ୱକପ୍: ସେମିଫାଇନାଲରେ ଭାରତ

0

ନୂଆଦିଲ୍ଲୀ(ଆମ ଟିଭି): ସେମିଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ । ମହିଳା ଟି-୨୦ ବିଶ୍ୱକପରେ ଗ୍ରୁପ୍-୨ରୁ ଇଂଲଣ୍ଡ ଦଳ ପରେ ଭାରତ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲକୁ ଉନ୍ନୀତ ହୋଇଛି । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଡକୱର୍ଥ ଲୁଇସ୍ ନିୟମ ବଳରେ ଭାରତ ଆୟରଲାଣ୍ଡ ୫ ରନରେ ହରାଇ ଦେଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ସ୍ମୃତି ମନ୍ଧାନାଙ୍କ ୮୭ ରନ୍ ବଳରେ ୬ ୱିକେଟରେ ୧୫୫ ରନ୍ କରିଥିଲା ଭାରତ । ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଆୟରଲାଣ୍ଡ ପ୍ରଥମ ବଲରେ ୱିକେଟ ହରାଇଥିଲା ।

ତେବେ ୮ ଦଶମିକ ୨ ଓଭର ବେଳକୁ ଆୟରଲାଣ୍ଡ ସ୍କୋର ୨ ୱିକେଟରେ ୫୪ ରନ୍ ସ୍କୋର ଥିଲା । ହେଲେ ବର୍ଷା ଆରମ୍ଭ ହୋଇଯାଇଥିଲା, ଫଳରେ ଖେଳ ବନ୍ଦ ରଖିବାକୁ ପଡ଼ିଥିଲା । ବର୍ଷା ଆଉ ନଛାଡ଼ିବାକରୁ ଡିଏଲଏସ୍ ନିୟମ ଅନୁଯାୟୀ ଆୟରଲାଣ୍ଡ ଆଉ ୫ ରନ୍ ପଛୁଆ ଥିଲା । ଫଳରେ ଭାରତକୁ ବିଜୟୀ ଘୋଷଣା କରାଯାଇଥିଲା । ଲଗାତର ତୃତୀୟ ଥର ପାଇଁ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଛି ଭାରତୀୟ ଦଳ ।

Leave A Reply

Your email address will not be published.