ଆଜି ବିଶ୍ବ ଏଡସ ଦିବସ

0

ଭୁବନେଶ୍ବର(ଆମ ଟିଭି): ଆଜି ହେଉଛି ବିଶ୍ବ ଏଡସ  ଦିବସ । ରାଜ୍ୟରେ ଏଡ୍‌ସ ସ୍ଥିତିରେ ସୁଧାର ଆସିଛି । ଏନେଇ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି । ବର୍ଷକୁ ପ୍ରାୟ ୩ରୁ ୩.୫ ହଜାର ନୂଆ ଏଡ୍‌ସ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ୨୦୦୨ରୁ ୨୦୨୩ (ନଭେମ୍ବର)ମଧ୍ୟରେ ପ୍ରାୟ ଏକ କୋଟି ୪୬ ଲକ୍ଷ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିବାବେଳେ ସେଥିମଧ୍ୟରୁ ୬୦,୮୮୬ ଏଡ୍‌ସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ବିଶେଷ କରି କଟକ ଏବଂ ଗଞ୍ଜାମ ଅତ୍ୟଧିକ ସମ୍ବେଦନଶୀଳ ଜିଲାଭାବେ ପରିଗଣିତ ହେଉଥିବାବେଳେ ୨୫ରୁ ୪୯ ବୟସ ବର୍ଗରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୬ ପ୍ରତିଶତ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଖୁବଶୀଘ୍ର ସମ୍ପୂର୍ଣ୍ଣ ସୁରକ୍ଷା କେନ୍ଦ୍ର ଖୋଲିବା ସହିତ ଗୋଷ୍ଠୀସ୍ତରରେ ପରୀକ୍ଷା କରାଯିବା ନେଇ ଯୋଜନା କରାଯାଇଛି।

Leave A Reply

Your email address will not be published.