ବିଶ୍ୱକପ୍ ଫାଇଟ୍; ଆଜି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମୁକାବିଲା

0

ନୂଆଦିଲ୍ଲୀ (ଆମ ଟିଭି): ଚାଲିଛି ବିଶ୍ୱକପ୍ ମହାସମର । ୧୦ମ ମୁକାବିଲାରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଟିମ୍‌ ମଧ୍ୟରେ ଆଜି ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଲକ୍ଷ୍ନୌର ଇକାନା କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ପ୍ରଥମ ମୁକାବିଲାରେ ଭାରତଠୁ ପରାଜିତ ହୋଇଥିବା ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌ରେ ବିଜେତା ହେବାକୁ ଚାହିଁବ। ଅପରପକ୍ଷେ ଦକ୍ଷିଣ ଆଫ୍ରିକା ଟିମ୍‌ ଶ୍ରୀଲଙ୍କା ବିପକ୍ଷରେ ବଡ଼ ବିଜୟ ହାସଲ କରିଥିବାରୁ ଏହି ମୁକାବିଲା ରୋମାଞ୍ଚକର ହେବ ବୋଲି ଆଶଙ୍କା କରାଯାଉଛି। ଭାରତୀୟ ସମୟାନୁସାରେ ଅପରାହ୍ନ ୨ଟାରେ ଆରମ୍ଭ ହେବ। ଅଧଘଣ୍ଟା ପୂର୍ବରୁ ଟସ୍‌ ପଡ଼ିବ ।

ସୂଚନାଥାଉକି ଗତକାଲି ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍‌ରେ ଭାରତ ୮ ଉଇକେଟ୍‌ରେ ଆଫଗାନିସ୍ତାନକୁ ପରାସ୍ତ କରି ବଜୟ ହାସଲ କରିଛି।

Leave A Reply

Your email address will not be published.