‘ହାପି ଏଣ୍ଡିଙ୍ଗ’ ଚଳଚ୍ଚିତ୍ରର ୱାର୍ଲ୍ଡ ଡିଜିଟାଲ ପ୍ରିମିୟର ଓଟିଟି ପ୍ଲାଟଫର୍ମ କଞ୍ଚା ଲଙ୍କାରେ

0

ଭୁବନେଶ୍ୱର(ଆମ ଟିଭି): ଓଡ଼ିଶାର ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ କଞ୍ଚା ଲଙ୍କା ନେଇ ଆସିଛି ଏକ ନିଆରା କାହାଣୀ ‘ହାପି ଏଣ୍ଡିଙ୍ଗ’ । ଡିଜିଟାଲ ପ୍ଲାଟଫର୍ମ ରେ ପ୍ରଥମ ଥର ପାଇଁ ପ୍ରୀମୀୟର ହେବାକୁ ଯାଉଛି ଏହି ରୋମାଣ୍ଟିକ ଚଳଚ୍ଚିତ୍ର । ପ୍ରେମର ଇତିହାସକୁ ଓଲଟାଇଲେ ବେଳେ ବେଳେ ପ୍ରେମ ସହ ପ୍ରତାରଣା ଶବ୍ଦଟି ଯୋଡ଼ି ହୋଇଥିବାର ଦେଖାଯାଏ । ଆଉ ପ୍ରତାରଣା ପଛରେ ଥାଏ ବିଶ୍ବାସ ଓ ଅବିଶ୍ବାସର, ମତଭେଦ ଓ ମନଭେଦର କିଛି ଅବୁଝା କାରଣ । ଆଉ ଏମତି କିଛି ପ୍ରେମ ଓ ପ୍ରତାରଣା, ମିଳନ ଓ ବିଚ୍ଛେଦର କାହାଣୀକୁ ନେଇ କଞ୍ଚା ଲଙ୍କା ନେଇ ଆସିଛି ଅତୀଶ କୁମାରଙ୍କ ପ୍ରଯୋଜିତ ‘ହାପି ଏଣ୍ଡିଙ୍ଗ’ ।

ଓଡ଼ିଆ ଅଭିନୟ ଜଗତର ନୂଆ ଚେହେରା ବରୁଣ । ଦେଖା ହେଇଛି ଆୟେଷା ସହ ଓ ତାପରେ ବନ୍ଧୁତ୍ଵ ଓ ପରେ ବନ୍ଧୁତ୍ଵ କେତେବେଳେ ପ୍ରେମ ପାଲଟି ଯାଇଛି, କେହି ଜାଣି ପାରିନାହାନ୍ତି । ଖୁବ ସୁନ୍ଦର ଚାଲିଛି ସେମାନଙ୍କ ପ୍ରେମ ସମ୍ପର୍କ ଓ ପହଞ୍ଚିଛି ବିବାହ ଯାଏଁ । ଏଇଠି ହୋଇନି ହାପି ଏଣ୍ଡିଙ୍ଗ ବରଂ କାହାଣୀର ଆରମ୍ଭ ମାତ୍ର । ନବ ବିବାହିତ ଦମ୍ପତିଙ୍କୁ ସାମ୍ନା କରିବାକୁ ପଡିଛି ଅନେକ ଝଡ଼ ଝଞ୍ଜା, କଥା ଉଠିଛି ବିଶ୍ବାସ ଓ ପ୍ରତାରଣାର, ଦେଖା ଦେଇଛି ମତଭେଦ ଓ ମନଭେଦ । ପରିଶେଷରେ ଭିନ୍ନ ଏକ ମୋଡ଼ ନେଇଛି ସମ୍ପର୍କ…

ମୁଖ୍ୟ ଅଭିନେତା ତଥା ନିର୍ଦ୍ଦେଶକ ଭାବେ ନିଜ ଦକ୍ଷତାର କମାଲ୍ ଦେଖାଇଛନ୍ତି ବହୁମୂଖୀ ପ୍ରତିଭାର ଅଧିକାରୀ ତୁଷାର । ନାୟିକା ଚରିତ୍ରରେ ଖୁବ ସୁନ୍ଦର ଅଭିନୟ କରିଛନ୍ତି ପ୍ରିୟଙ୍କା । ବିଶ୍ବଜିତ ମହାପାତ୍ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ କଣ୍ଠ ଦାନ କରିଛନ୍ତି ଓଡ଼ିଶାର ବହୁ ଲୋକପ୍ରିୟ ଗାୟକ ମାନେ ।

ଚଳଚ୍ଚିତ୍ରଟି ରୋମାନ୍ସ, ଡ୍ରାମା ଓ ସସପେନ୍ସ ର ଏକ ସଠିକ୍ ମିଶ୍ରଣ । ପ୍ରେମରେ ଆଧୁନିକତାର ଓ ସମ୍ପର୍କରେ ଜଟିଳତାର ନିତିଦିନିଆ ଘଟଣାକୁ ବେଶ୍ ସୁନ୍ଦର ରୂପେ ଚଳଚ୍ଚିତ୍ରରେ ଉପସ୍ଥାପନ କରିଛନ୍ତି ନିର୍ମାତା । ଅପ୍ରିଲ ୨୧ ରେ ‘ହାପି ଏଣ୍ଡିଙ୍ଗ’ର ୱାର୍ଲ୍ଡ ଡିଜିଟାଲ ପ୍ରିମିୟର ହେବାକୁ ଥିବା ବେଳେ ଦର୍ଶକଙ୍କ ଭିତରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଚଳଚ୍ଚିତ୍ରର ଲୋକପ୍ରିୟତାକୁ ନେଇ ଆଶା ପ୍ରକଟ କରିଛନ୍ତି କଞ୍ଚା ଲଙ୍କା ଓଟିଟି ପ୍ଲାଟଫର୍ମ ।

Leave A Reply

Your email address will not be published.