ବରଗଡ଼: ବରଗଡରେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୧୫ତାରିଖରୁ ଆରମ୍ଭ ହେବ। ଏହା ୧୧ଦିନ ବ୍ୟାପୀ ଚଳିତ ମାସ ୨୫ତାରିଖ ପର୍ୟ୍ୟନ୍ତ ଚାଲିବ। ଏଥିପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କଳାକାରମାନେ ମଧ୍ୟ ସେଥିରୁ ବାଦ୍ ପଡ଼ିନାହାନ୍ତି। ସୋମବାରଠାରୁ ସ୍ଥାନୀୟ ଗାନ୍ଧୀ ଛକ ନିକଟ କଲ୍ୟାଣ ମଣ୍ଡପ ପରିସରରେ କଳାକାରଙ୍କ ପୂର୍ବାଭ୍ୟାସ ଆରମ୍ଭ ହୋଇଛି।
ଧନୁଯାତ୍ରା ମହୋତ୍ସବ କଳାକାର ଉପଦେଷ୍ଟା କମିଟିର ଆବାହକ ତଥା ଅତିରିକ୍ତ ଜିଲାପାଳ ଲଲାଟ କୁମାର ଲୁହା ଏହାର ଶୁଭାରମ୍ଭ କରିଥିଲେ। ଏହାପରେ କଳାକାର ଉପଦେଷ୍ଟା କମିଟିର ସହ ଆବାହକ ଅଶୋକ କୁମାର ବେହେରାଙ୍କ ତତ୍ତ୍ବାବଧାନରେ ଉଗ୍ରସେନ, କଂସଙ୍କଠାରୁ ଆରମ୍ଭ କରି ବିଭିନ୍ନ ଚରିତ୍ରର କଳାକାରମାନେ ରିହର୍ସାଲ କରିଥିଲେ।