ଆଜି ସରିବ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା
ବରଗଡ଼(ଆମ ଟିଭି): ଆଜି ଶେଷ ହେବ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ଆଜି ହେବ କଂସର ବଦ୍ଧ । ଗତ ୩୧ ତାରିଖରୁ ଆରମ୍ଭ ଧନୁଯାତ୍ରା ଅନ୍ତିମ ଦିବସରେ ପହଞ୍ଚିଛି। ମୁକ୍ତାକାଶ ରଙ୍ଗ ମଞ୍ଚରେ କୃଷ୍ଣଜନ୍ମ ଠାରୁ ଆରମ୍ଭ କରି ମଥୁରା ଗମନ ଅଭିନୀତ ହୋଇସାରିଛି। ଆଜି ଶେଷ ତଥା ଦଶମ ଦିନରେ କୁବଳିୟା ହସ୍ତି ଓ ଅଷ୍ଟମଲ୍ଲଙ୍କୁ ମାରିବା ପରେ ମାମୁ କଂସଙ୍କ ବଧ ଦୃଶ୍ୟ ଅଭିନୀତ ହେବ। ପରେ ଦେବକୀ ଓ ବସୁଦେବଙ୍କୁ କାରାକାରରୁ ମୁକ୍ତ କରି ଉଗ୍ରସେନଙ୍କ ରାଜ୍ୟାଭିଷେକ କରିବେ କୃଷ୍ଣ-ବଳରାମ।
ନବମ ଦିନରେ କଂସଙ୍କ ନିମନ୍ତ୍ରଣ ପାଇ ଧନୁଯାତ୍ରାରେ ଯୋଗଦେବାକୁ ପହଞ୍ଚିଥିଲେ କୃଷ୍ଣ ବଳରାମ। ମଥୁରା ନଗର ବୁଲିବା ବେଳେ ପୂର୍ଣ୍ଣ କଳସୀ ରଖି ପ୍ରଭୁଙ୍କୁ ସ୍ୱାଗତ ଓ ପୂଜାର୍ଚ୍ଚନା କରିଥିଲେ ମଥୁରାବାସୀ। ପରେ ଖଜୁରଟିକ୍ରା ଠାରେ ସୁଦାମା ମାଳି ଓ ରଜକଙ୍କୁ ସାକ୍ଷାତ କରିବା ସହ କାଳୀମନ୍ଦିରରେ କୁବୁଜାକୁ ଉଦ୍ଧାର କରିଥିଲେ।