ରାତି ପାହିଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

0

ପୁରୀ (ଆମ ଟିଭି): ରାତିପାହିଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରତ୍ନବେଦୀ ଛାଡି ଜନ୍ମବେଦୀକୁ ଚାଲି ଆସିବେ ତିନି ଠାକୁର । ବଡ଼ଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ମିଳନ । ଏହା ପୂର୍ବରୁ ଆଜି ଶ୍ରୀମନ୍ଦିର ସମ୍ମୁଖରେ ଲାଗିବ ତିନି ରଥ । ଏଥିପାଇଁ ଦକ୍ଷିଣକାଳୀଙ୍କ ମନ୍ଦିରରେ ସଂକଳ୍ପ କରାଯାଇଛି ।

ମହାପ୍ରଭୁଙ୍କ ଘୋଷଯାତ୍ରା କିପରି ଶାନ୍ତିଶୃଙ୍ଖଳାର ସହ ହେବ ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ରଥଟଣା ଓ ଭିଡ଼ ନିୟନ୍ତ୍ରଣ ପାଇଁ ବନ୍ଦୋବସ୍ତ ହୋଇଛି । ଟ୍ରାଫିକ୍ ପରିଚାଳନା ପାଇଁ ସହରକୁ ମୋଟ୍ ୧୪ଟି ଜୋନ୍ ଓ ୨୯ଟି ସେକ୍ଟରରେ ବିଭକ୍ତ କରାଯାଇଛି । ପ୍ରଶାସନ ସବୁ ଦୃଷ୍ଟିରୁ ଏକପ୍ରକାର ପ୍ରସ୍ତୁତି ଜୋରଦାର କରିଛି ।

Leave A Reply

Your email address will not be published.