ଜ଼ୀ ସାର୍ଥକରେ ମ୍ୟୁଜିକାଲ ସୁପରହିଟ ଚଳଚ୍ଚିତ୍ର “ଫାଷ୍ଟ ଲଭ୍” ର ୱାର୍ଲଡ ଟିଭି ପ୍ରିମିଅର – ଜୁଲାଇ ୨୭ ତାରିଖ ସନ୍ଧ୍ୟା ୬:୩୦
ଭୁବନେଶ୍ୱର (ଆମ ଟିଭି): ଜୀ ସାର୍ଥକ ବ୍ୟାନରରେ ନିର୍ମିତ ସୁପରହିଟ ଓଡ଼ିଆ ଚଳଚ୍ଚିତ୍ର “ଫାଷ୍ଟ ଲଭ୍” ଦର୍ଶକଙ୍କର ପ୍ରଥମ ପସନ୍ଦର ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକରେ ଆସନ୍ତା ଜୁଲାଇ ୨୭ ତାରିଖ ରବିବାର ସନ୍ଧ୍ୟା ୬:୩୦ ମିନିଟ ରେ ୱାର୍ଲଡ ଟିଭି ପ୍ରିମିଅର ହେବାକୁ ଯାଉଛି l ଏକ ରୋମାଣ୍ଟିକ ଲଭ୍ ଷ୍ଟୋରିକୁ ଆଧାର କରି ଜ଼ୀ ସାର୍ଥକ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ର ରଜରେ ରିଲିଜ୍ ହୋଇଥିଲା ଏବଂ ବଡ଼ ପରଦାରେ ଦର୍ଶକ ଢେର ଭଲ ପାଇବା ଦେଇଥିଲେ l

ରେଞ୍ଜ ରୟାଲ ସିନେ ଲାବ୍ ବ୍ୟାନର ଏବଂ ଜୀ ସାର୍ଥକ ସହଯୋଗିତାରେ ଫାଷ୍ଟ ଲଭ୍ ଚଳଚ୍ଚିତ୍ର କୁ ପ୍ରସ୍ତୁତ କରାଯାଇଛି। ଫିଲ୍ମଟିର ପ୍ରଯୋଜନା କରିଛନ୍ତି ଶ୍ରୀଧର ମାର୍ଥା ଏବଂ କିଶୋର ନାୟକ । ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଭିଷେକ ମିତ୍ର। ସଂଳାପ ରଚନା କରିଛନ୍ତି ଡଃ ନିର୍ମଳ ନାୟକ। ଏହାର ଗୀତଗୁଡିକୁ ସ୍ବର ଦେଇଛନ୍ତି ସୋମେଶ ଶତପଥି, ସାନ୍ତୋଜିତ ଚାଟାର୍ଜୀ, ନବ୍ସ ଏବଂ ସରୋଜ। ଚଳଚିତ୍ରର ଗୀତ ଗୁଡିକୁ ଦର୍ଶକ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ବହୁତସାରା ଭଲପାଇବା ଦେଇ ହିଟ୍ କରିଛନ୍ତି । ଗୀତଗୁଡିକରେ ସ୍ୱର ଦେଇଛନ୍ତି ବଲିଉଡ ଓ ଓଲିଉଡ଼ର ସୁନାମଧନ୍ୟ ସିଙ୍ଗର ଜାଭେଦ ଅଲି, ହ୍ୟୁମାନ ସାଗର, ଅସୀମା ପଣ୍ଡା, ଅନ୍ତରା ଚକ୍ରବର୍ତ୍ତୀ, ଗୌରବ ଆନନ୍ଦ ଓ କୁଲଦୀପ ପଟ୍ଟନାୟକ ।

କୋରିଓଗ୍ରାଫି ଦାୟିତ୍ଵ ତୁଲାଇଛନ୍ତି ଅମିତ ନାୟକ, ଗିରିଶ ମହାନ୍ତି ଓ ଦିବ୍ୟ । ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଶୈଳେନ୍ଦ୍ର ଏବଂ ଦିବ୍ୟା ଙ୍କ ସମେତ ଚୌଧୁରୀ ଜୟ ପ୍ରକାଶ ଦାସ, ଉଷସୀ ମିଶ୍ର, ଶୁଭ୍ରାଂଶୁ ନାୟକ, ମିଲି ମହାନ୍ତି, ବୁଲୁ ପଣ୍ଡା ପ୍ରମୁଖ ଅଛନ୍ତି। ଓଡ଼ିଆ ଯୁବଦର୍ଶକଙ୍କ ପସନ୍ଦକୁ ଧ୍ୟାନରେ ରଖି ଓଡିଶାର ଏକ ଅନନ୍ୟ ପର୍ବ ରଜ ଉପଲକ୍ଷେ ଏକ ନୂଆ ସ୍ୱାଦର ନିଆରା ପ୍ରେମ କାହାଣୀକୁ ନେଇ ‘ଫାଷ୍ଟ ଲଭ୍’ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା l

ତେଣୁ ଏହି ଚଳଚ୍ଚିତ୍ରକୁ ଯେଉଁ ଦର୍ଶକମାନେ ବଡ଼ ପରଦାରେ ଦେଖି ପାରିନାହାଁନ୍ତି, ତାଙ୍କ ପ୍ରିୟ ଚ୍ୟାନେଲ ଜୀ ସାର୍ଥକରେ ଆସନ୍ତା ୨୭ ଜୁଲାଇ ରବିବାର ସନ୍ଧ୍ୟା ୬:୩୦ ମିନିଟରେ ଦେଖିବାକୁ ପାଇବେ ଏବଂ ଦର୍ଶକଙ୍କ ମନକୁ ଛୁଇଁବା ସହ ଭରପୁର ମନୋରଞ୍ଜନ ଯୋଗାଇବ ବୋଲି ଜୀ ସାର୍ଥକ ଚ୍ୟାନେଲ ଚିଫ ଅଫିସର ଶ୍ରୀ ପ୍ରତୀକ ସିଲ କହିଛନ୍ତି l