ଚିନ୍ତା ବଢାଉଛି ବର୍ଷା: ଆସୁଛି ଆଉ ଏକ ଲଘୁଚାପ

0

ଭୁବନେଶ୍ୱର (ଆମ ଟିଭି): ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି ରହିଥିବା ବେଳେ ଏବେ ପୁଣି ଆଉ ଏକ ଲଘୁଚାପ ଖବର ଲୋକଙ୍କ ଚିନ୍ତା ବଢାଇଛି । ରାଜ୍ୟରେ ୧୭ରୁ୧୮ ତାରିଖରେ଼ ମଧ୍ୟରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହେବା ପରେ ତାର ବିଶେଷ ରୂପ କ’ଣ ରହିବ, କେଉଁଠି ସୃଷ୍ଟି ହେବ ଓ ତାର ଗତି କ’ଣ ତାର ପୂର୍ବାନୁମାନ କରାଯିବ। ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେ କହିଛନ୍ତି, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଆଜି ସକାଳେ ୱେଲମାର୍କ ଲୋ’ ପ୍ରେସରରେ ପରିଣତ ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହୋଇପାରେ। ଆସନ୍ତାକାଲି ସକାଳ ସୁଦ୍ଧା ଅବପାତଟି ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଏହା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।

Leave A Reply

Your email address will not be published.