ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀରେ ରେସଲରମାନଙ୍କ ବିବାଦ ଦିନକୁ ଦିନ ତୀବ୍ର ହେଉଛି । ଏହାରି ଭିତରେ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ ତାଙ୍କ ଟ୍ୱିଟରେ ହରିଆଣାର ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କୁସ୍ତସଂଘର ଅଧ୍ୟକ୍ଷଙ୍କ ଉପରେ ମଧ୍ୟ ବର୍ଷିଛନ୍ତି । ସେ କହିଛନ୍ତି କି କୁସ୍ତିସଂଘ ଅଧ୍ୟକ୍ଷଙ୍କ ଉପରେ ଗମ୍ଭୀର ଅଭିଯୋଗ ଆସିଥିଲେ ମଧ୍ୟ ସେ କାହିଁକି ଇସ୍ତଫା ଦେଉ ନାହାଁନ୍ତି ।
ଏହାସହ ସରକାର କାହିଁକି ବ୍ରିଜଭୂଷଣ ଶରଣ ସିଂଙ୍କ ଉପରେ କାର୍ୟ୍ୟାନୁଷ୍ଠାନ କରୁନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ଅଭିଯୋଗ କରିଛନ୍ତି କି ଦେଶର ମହିଳା ଖେଳାଳୀଙ୍କ ସୁରକ୍ଷା ମାମଲାରେ ବିଜେପି ଓ କେନ୍ଦ୍ର ସରକାର ନିଜ ନେତାମାନଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି । ଏହା ଲଜ୍ଜାଜନକ ବୋଲି ସେ କହିଛନ୍ତି । ସେପଟେ ମହିଳା ରେସଲରଙ୍କ ଧାରଣା ଆଜି ତୃତୀୟ ଦିନରେ ପହଂଚିଛି । ଏହି ଧାରଣାକୁ ସମର୍ଥନ ଦେବାକୁ ଆଜି ବକ୍ସର ବିଜେନ୍ଦରସିଂ ଧାରଣା ସ୍ଥଳରେ ପହଂଚିଛନ୍ତି ।