କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ: ଆକ୍ସନ ମୁଡରେ ଦିଲ୍ଲୀ ପୋଲିସ

0

ନୂଆଦିଲ୍ଲୀ (ଆମ ଟିଭି): ଦୀର୍ଘଦିନ ଧରି କୁସ୍ତଯୋଦ୍ଧାମାନେ ଦିଲ୍ଲୀରେ ଆନ୍ଦୋଳ ଜାରି ରଖିଛନ୍ତି । ଏହାରି ଭିତରେ କୁସ୍ତିଯୋଦ୍ଧାଙ୍କ ସହ ଉତ୍ପୀଡନ ମାମଲରେ ଦିଲ୍ଲୀ ପୋଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ଶନିବାର ଦିନ ଦିଲ୍ଲୀ ପୋଲିସ ତରଫରୁ ଅଭିଯୋଗକାରୀ ସମସ୍ତ ୭ଜଣ ମହିଳା କୁସ୍ତଯୋଦ୍ଧାଙ୍କ ବୟାନ ରେକର୍ଡ କରାଯାଇଛି । ଅଭିଯୋଗକାରୀଙ୍କ ଓକିଲଙ୍କ ଉପସ୍ଥିତିରେ ଜିଲ୍ଲା ମାଜିଷ୍ଟେଟଙ୍କ ସାମ୍ନାରେ ଦିଲ୍ଲୀ ପୋଲିସ ବୟାନ ରେକର୍ଡ କରିଛି । ଏହି କ୍ରମରେ ଅଭିଯୋଗ ମାନେ ଭିନ୍ନ ଭିନ୍ନ ଅଭିଯୋଗ ଆଣିଥିଲେ । ହେଲେ ବୟାନ ରେକର୍ଡ ବେଳେ କୌଣସି କୁସ୍ତିଯୋଦ୍ଧା ସେମାନଙ୍କ ସହ କେଉଁ ତାରିଖରେ ଅସଦାଚରଣ କରାଯାଇଥିଲା ତାହା ସ୍ପଷ୍ଟ କରିପାରି ନାହାଁନ୍ତି ।

ଦିଲ୍ଲୀ ପୋଲିସ କହିଛି କି ଖୁବଶୀଘ୍ର ଅଭିଯୁକ୍ତ ବ୍ରିଜଭୂଷଣଙ୍କ ବୟାନ ରେକର୍ଡ କରାଯିବ । ଏହା ପୂର୍ବରୁ ଗୁରୁବାର ଦିନ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଧାରଣା ଦେଇଥିବା କୁସ୍ତିଯୋଦ୍ଧାମାନଙ୍କୁ ପରାମର୍ଶ ଦେଇ କହିଥଲେ କି ସରକାର ଖେଳାଳୀଙ୍କ ସମସ୍ତ ସର୍ତ୍ତ ମାନି ନେଇଛନ୍ତି । ତେଣୁ ଏବେ ସେମାନେ ଧାରଣା ସ୍ଥଳରୁ ଉଠି ଯାଆନ୍ତୁ ବୋଲି ସେ ଅନୁରୋଧ କରିଥିଲେ ।

Leave A Reply

Your email address will not be published.