ଇଣ୍ଟରନେଟକୁ ହାତ ମୁଠାରେ ରଖିବେ ସି ଜିନପିଙ୍ଗ

0

ବେଜିଂ (ଆମ ଟିଭି): ସବୁବେଳେ କିଛି ନା କିଛି ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଚୀନ୍ ରାଷ୍ଟ୍ରପତି । ବିଶେଷକରି ତାଙ୍କର ଅଜବ ନିୟମ ପାଇଁ ସେ ସବୁବେଳେ ପ୍ରାଣ୍ଟରେ ରହିଥାନ୍ତି । ଏବେ ଆଉ ଏକ ପ୍ରସଙ୍ଗକୁ ନେଇ ଚଚବଚ;ାକୁ ଆସିଛନ୍ତି । ତାହା ହେଉଛି, ସମ୍ପୂର୍ଣ୍ଣ ଇଣ୍ଟରନେଟକୁ ସେ ନିଜ ଅକ୍ତିଆରରେ ରଖିବେ । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ବିରୋଧୀ ନେତାମାନଙ୍କୁ ଦମନ କରିବା ପାଇଁ ଇଣ୍ଟରନେଟକୁ ସମ୍ପୂର୍ଣ୍ଣ ନିଜ ନିୟନ୍ତ୍ରଣରେ ରଖିବାକୁ ଯୋଜନା କରିଛନ୍ତି। ସେ ଏକ ‘ସ୍ମାର୍ଟ ଗଭର୍ଣ୍ଣାନ୍ସ’ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି, ଯାହାଦ୍ବାରା ସାମାଜିକ ଓ ରାଜନୈତିକ ନିୟନ୍ତ୍ରଣ ତାଙ୍କ ହାତରେ ରହିବ।

ସ୍ମାର୍ଟ ଗଭର୍ଣ୍ଣାନ୍ସ ହେଉଛି ଇଣ୍ଟରନେଟ୍ ମାଧ୍ୟମରେ ପ୍ରଶାସନିକ ପ୍ରକ୍ରିୟାର ଅନ୍ୟନାମ। ଏଥିରେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ (ଏଆଇ), ବୃହତ୍ ଡାଟା ଓ କ୍ଲାଉଡ୍ କମ୍ପ୍ୟୁଟିଂ ଆଦିର ଭୂମିକା ରହିବ। ଚୀନ୍ର ସାଇବରସ୍ପେସ୍ ଟେକ୍ନିକାଲ ଆଡ୍ମିନିଷ୍ଟ୍ରେସନରୁ ଏଆଇ ପ୍ରଶାସନକୁ ପରିବର୍ତ୍ତିତ ହେବ। ଚୀନ୍ କମ୍ୟୁନିଷ୍ଟ ପାର୍ଟିରେ ଗତ କିଛିଦିନ ହେଲା ଆଭ୍ୟନ୍ତରୀଣ କଳହ ବଢ଼ିବା ସହ ଜିନପିଙ୍ଗ୍ଙ୍କ ନୀତିକୁ ସମାଲୋଚନା ଆରମ୍ଭ ହୋଇଛି।

Leave A Reply

Your email address will not be published.