ଭୁବନେଶ୍ୱରରେ ଖୋଲିଲା ୟାମହାର ବ୍ଲ୍ୟୁ ସ୍କୋୟାର ସୋରୁମ
ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ୱରରେ ଖୋଲିଛି ୟାମହାର ନୂଆ ସୋରୁମ । ‘କେ ଟୁ କେ ଅଟୋ ମୋଟିଭ୍ ବ୍ୟାନରରେ ଖଣ୍ଡିଗିରି ଠାରେ ଏହି ନୂଆ ସୋରୁମ ଖୋଲିଛି । ଏଠାରେ ୟାମହାର ସମସ୍ତ ପ୍ରକାର ସେଲ୍ସ, ସର୍ଭିସ ୋସବରା ମିଳି ପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ୟାମହା ପ୍ରତି ଗ୍ରାହକଙ୍କ ଚାହିଦା ବଢ଼ୁଥିବା ବେଳେ ବର୍ଷ ବର୍ଷ ଧରି ଲୋକେ ୟାମହାକୁ ନିଜ ପରିବାରର ସଦସ୍ୟ ଭାବେ ବାଛି ନେଇଛନ୍ତି । ତେଣୁ କମ୍ପାନୀ ପକ୍ଷରୁ ଗ୍ରାହକଙ୍କୁ ଆହୁରି ଅଧିକ ସୁବିଧା ସେବା ଯୋଗାଇ ଦେବା ପାଇଁ ନୂଆ ସୋରୁମ ଖୋଲିଥିବା କୁହାଯାଇଛି ।
ଖଣ୍ଡିଗିରି ଠାରେ ପ୍ରାୟ ୨୨୦୦ ସ୍କୋୟାର ଫୁଟ ପରିମିତ ଫ୍ଲୋରରେ ଏହି ନୂଆ ସୋରୁମ ଖୋଲିଛି । ନୂଆ କରି ଖୋଲୁଥିବା ଏହି ସୋରୁମ ଗୁଡିକୁ ବ୍ଲ୍ୟୁ ସ୍କୋୟାର ସୋରୁମ କ୍ୟାଟେଗୋରୀର । ଭୁବନେଶ୍ୱରରେ ଏହା ପ୍ରଥମ କରି ଖୋଲିଛି । ଯାହା ଏକଦମ୍ ଅତ୍ୟାଧୁନିକ ଓ ଡିଜିଟାଲ ସୋରୁମ । ଭୁବନେଶ୍ୱର ଆଖପାଖ ଅଂଚଳର ଲୋକେ ପୁଣି ୟାମହାକୁ ଆହୁରି ପସନ୍ଦ କରିବେ ବୋଲି କମ୍ପାନୀ ଆଶା ରଖିଛି ।
ପୁରା ଦେଶରେ ୯୦ଟି ନୂଆ ବ୍ଲ୍ୟୁ ସ୍କୋୟାର ସୋରୁମ ରହିଥିବା ବେଳେ ଓଡିଶାର ଖଣ୍ଡିଗିରି ଠାରେ ଏବେ ଗୋଟିଏ ସୋରୁମ ରହିଛି । ତାମିଲନାଡୁ, ପଣ୍ଡିଚେରୀ, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ, ଝାରଖଣ୍ଡ, ପଶ୍ଚିମବଙ୍ଗ, ଆସାମ, ଛତିଶଗଡ, ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ, ଜାମ୍ମୁ ଓ କାଶ୍ମୀର, ଦିଲ୍ଲୀ, ରାଜସ୍ଥାନ ଓ ଉତ୍ତରପୂର୍ବ ରାଜ୍ୟମାନଙ୍କରେ କମ୍ପାନୀ ନୂଆ ଆଉଟଲେଟ ଖୋଲିଛି । ଗ୍ରାହକସେବାକୁ ଗୁରୁତ୍ୱ ଦେଇ କମ୍ପାନୀ ନୂଆ ସୋରୁମ ଖୋଲୁଥିବା ବେଳେ ୟାମହା ପ୍ରତି ଲୋକଙ୍କ ବିଶ୍ୱାସ ଅତୁଟ ରହିବ ବୋଲି କମ୍ପାନୀ ଭାଇସ ପ୍ରେସିଡେଣ୍ଟ ରଣବୀର ସିଂ ସୂଚନା ଦେଇଛନ୍ତି ।