ବର୍ଷାନୁଭବ ବିବାଦ ମାମଲା: ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ବର୍ଷା
କଟକ(ଆମ ଟିଭି): ବର୍ଷା ଓ ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲା। ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କରିନେଇଛନ୍ତି। ବିବାହ ବିଚ୍ଛେଦ ମାମଲାରେ ସାଂସଦ ଅନୁଭବଙ୍କ ଆଉ ଥରେ ସାକ୍ଷ୍ୟ ଗ୍ରହଣ ପାଇଁ ଆବେଦନ କରିଥିଲେ। ତଳ କୋର୍ଟର ଏହି ଆବେଦନ ଅଗ୍ରାହ୍ୟ ହେବାରୁ ବର୍ଷା ହାଇକୋର୍ଟ ଆସିଥିଲେ। ତେବେ ଅନୁଭବଙ୍କ ସାକ୍ଷ୍ୟଗ୍ରହଣ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇ ଫ୍ୟାମିଲି କୋର୍ଟ ବର୍ଷାଙ୍କ ଆବେଦନକୁ ଗତ ୧୬ ତାରିଖରେ ଖାରଜ କରିଦେଇଥିଲେ। ଫ୍ୟାମିଲି କୋର୍ଟଙ୍କ ଏହି ନିର୍ଦ୍ଦେଶ ବିରୋଧରେ ବର୍ଷା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ସୂଚନାଯୋଗ୍ୟ, ବର୍ଷା ଦାୟର କରିଥିବା ଆବେଦନର ଶୁଣାଣି ପୂର୍ବରୁ ଥରେ ଘୁଞ୍ଚାଇଥିଲେ ହାଇକୋର୍ଟ । ଅନ୍ୟପଟେ ବର୍ଷା ଖୁବ୍ ଶୀଘ୍ର ଶାଶୁଘର ଛାଡ଼ିବେ । ଏନେଇ ସେ କୋର୍ଟଙ୍କୁ ଜଣାଇସାରିଛନ୍ତି । SDJM କୋର୍ଟ ଦେଇଥିବା ନିଷ୍ପତ୍ତି କାଏମ ରହିଛି । ପୂର୍ବରୁ ଏନେଇ ଅନୁଭବଙ୍କ ଆବେଦନକୁ ଗ୍ରହଣ କରିଥିଲେ SDJM । ବର୍ଷା ଶାଶୁଘର ଛାଡ଼ିବା ଲାଗି ଅନୁଭବଙ୍କ ଆବେଦନ ଗ୍ରହଣ ହୋଇଥିଲା । ବର୍ଷା ଅନ୍ୟତ୍ର ରହିବା ପାଇଁ ଘରଭଡ଼ା ଦେବାକୁ କହିଥିଲେ କୋର୍ଟ । ମାସିକ ୩୦ ହଜାର ଟଙ୍କା ଘରଭଡ଼ା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । SDJMଙ୍କ ନିର୍ଦ୍ଦେଶକୁ ଚାଲେଂଜ କରି ଜିଲ୍ଲା ଜଜ୍ କୋର୍ଟ ଯାଇଥିଲେ ବର୍ଷା ।