ଆଗାମୀ ୩ ଘଣ୍ଟା ପାଇଁ ଭୁବନେଶ୍ବରକୁ ୟେଲୋ ୱାର୍ଣ୍ଣିଂ,କାଳ ବୈଶାଖୀ ସମ୍ଭାବନା
ଆଗାମୀ ୩ ଘଣ୍ଟା ପାଇଁ ଭୁବନେଶ୍ବରକୁ ୟେଲୋ ୱାର୍ଣ୍ଣିଂ । କାଳ ବୈଶାଖୀ ପାଇଁ ଆଗାମୀ ତିନି ଘଣ୍ଟା ମଧ୍ୟରେ ବର୍ଷା, ପବନ ସମ୍ଭାବନା ରହିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହୋଇପାରେ । ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ହଠାତ୍ ପାଣିପାଗ ପରିବର୍ତ୍ତନ ହେବାରୁ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବିଶେଷ କରି ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ରହିବା ସତର୍କ କରିଛି ପାଣିପାଗ ବିଭାଗ ।