କଂଗ୍ରେସକୁ ଟାର୍ଗେଟ କରି ଏପରି କହିଲେ ଯୋଗୀ ଆଦିତ୍ୟନାଥ

0

ସିମ୍ଲା (ଆମ ଟିଭି): ପୁଣି କଂଗ୍ରେସକୁ ଟାର୍ଗେଟ କରି କଡ଼ା ସମାଲୋଚନା କରିଛନ୍ତି ଯୋଗୀ ଆଦିତ୍ୟନାଥ । କଂଗ୍ରେସ ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଲାଗୁ କରି ଦେଶରେ ଆତଙ୍କବାଦର ଚାରା ରୋପଣ କରିଥିଲା। ଆଉ କଂଗ୍ରେସ ଶାସନ ସମୟରେ ଦେଶରେ ଆତଙ୍କବାଦ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ସୋମବାର ହିମାଚଳ ପ୍ରଦେଶର ଉନାରେ ନିର୍ବାଚନ ଶୋଭାଯାତ୍ରାକୁ ସମ୍ବୋଧନ କରି ଆଦିତ୍ୟନାଥ କହିଛନ୍ତି ଯେ କଂଗ୍ରେସ ସରକାର ଉଦ୍ଦେଶ୍ୟମୂଳକ ଭାବେ ଜାମ୍ମୁ-କାଶ୍ମୀରରେ ୩୭୦ ଧାରା ଲାଗୁ କରିଥିଲେ। ରାଜ୍ୟବାସୀଙ୍କ ସୁବିଧା ସୁଯୋଗ ପାଇଁ ଏହି ଧାରାକୁ ସାମୟିକ ଭାବେ ଲାଗୁ କରାଯାଇଥିଲା; ମାତ୍ର କଂଗ୍ରେସ ସରକାର ନିଜର ସ୍ବାର୍ଥ ସାଧନ ପାଇଁ ଏହାକୁ ହଟାଇବାକୁ ଆଗ୍ରହ ପ୍ରକାଶ କରି ନଥିଲା। ଆଉ ନରେନ୍ଦ୍ର ମୋଦୀ ସରକାର ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପୂର୍ବକ ଆତଙ୍କବାଦକୁ ଦମନ କରିଛନ୍ତି।

ଜାମ୍ମୁ-କାଶ୍ମୀର ଏବେ ଦେଶର ଅନ୍ୟ ରାଜ୍ୟ ସହିତ ସମତୁଲ ହୋଇଛି। ଅନ୍ୟ ରାଜ୍ୟର ଲୋକ ଏବେ ଜାମ୍ମୁ-କାଶ୍ମୀରରେ ଜମି କିଣି ନିଜର ଘର ତିଆରି କରିପାରିବେ। କଂଗ୍ରେସ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନିଶ୍ଚିତ କରିବାକୁ ଚାହୁଁ ନଥିଲା କି ଦେଶବାସୀଙ୍କ କଲ୍ୟାଣ ଚିନ୍ତା କରୁ ନଥିଲା। ଶୋଭାଯାତ୍ରାରେ ଆଦିତ୍ୟନାଥ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଭାରତରେ ଯେତେବେଳେ କୌଣସି ସଂକଟ ଦେଖାଯାଏ ସେତେବେଳେ ଏହି ଭାଇ ଭଉଣୀ ଦେଶ ଛାଡି ଚାଲିଯାଆନ୍ତି। କରୋନା ମହାମାରୀ ସମୟରେ ଏହି ଭାଇ ଭଉଣୀ ଦେଶରେ ନଥିଲେ।

 

Leave A Reply

Your email address will not be published.