ଅଯୋଧ୍ୟା(ଆମ ଟିଭି): ଗତ କିଛିଦିନ ହେବ ଅଯୋଧ୍ୟା ରେ ଯୋଗୀ ଆଦିତ୍ୟନାଥଙ୍କ ପ୍ରତିମୂର୍ତ୍ତି ଭାଇରାଲ ହେବାରେ ଲାଗିଛି। ହେଲେ ଏହାରି ଭିତରେ ସେହି ମନ୍ଦିରରୁ ମୂର୍ତ୍ତି ଗାଏବ ହୋଇଥିବା ଖବର ସାମନାକୁ ଆସିଛି । ଏପରିକି ମନ୍ଦିର ନିର୍ମାଣ କରିଥିବା ୩୨ ବର୍ଷୀୟ ପ୍ରଭାକର ମୌର୍ଯ୍ୟ ମଧ୍ୟ ନିଖୋଜ ଅଛନ୍ତି । ତାଙ୍କ ମୋବାଇଲ ଫୋନ ଅଫ୍ ଅଛି।
ନିର୍ମାଣର ଗୋଟିଏ ସପ୍ତାହ ପରେ ରବିବାର ଠାରୁ ମନ୍ଦିର ମୂର୍ତ୍ତି ଗାଏବ ଥିବା ଜଣାପଡିଛି । ଅଯୋଧ୍ୟା ସୋହାୱାଲ ତହସିଲର ଅନ୍ତର୍ଗତ କଲ୍ୟାଣ ଭଦର୍ସା ଗାଁର ୨୭୦୦ ବର୍ଗ ଫୁଟ ଅଞ୍ଚଳରେ ଶ୍ରୀ ଯୋଗୀ ମନ୍ଦିର ନିର୍ମାଣକୁ ନିର୍ମାଣ କରିଥିଲେ ପ୍ରଭାକର ମୌର୍ଯ୍ୟ । ଏପରି କି ମୂର୍ତ୍ତି ସାମନାରେ ପ୍ରଭାକରଙ୍କ ଦ୍ୱାରା ଆଳତୀ କରାଯାଉଥିବା ଏକ ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ଗତ ରବିବାର ମନ୍ଦିର କବାଟରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ମନ୍ଦିରର ମୂର୍ତ୍ତିକୁ ସ୍ଥାନୀୟ ପୋଲିସ ନେଇ ଯାଇଛି । ଅନ୍ୟପଟେ ଗ୍ରାମବାସୀଙ୍କ ଦାବିକୁ ପୋଲିସ ଏହାକୁ ଖଣ୍ଡନ କରିଛି ।