ସନାତନ ଧର୍ମକୁ ନେଇ ଏମିତି କହିଲେ ଯୋଗୀ

0

ଜୟପୁର: ସନାତନ ଧର୍ମ ଆମ ଜାତୀୟ ଧର୍ମ ହୋଇଥିବାରୁ ପ୍ରତ୍ୟେକ ଭାରତୀୟ ସେଥି ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଉଚିତ ବୋଲି ରାଜସ୍ଥାନର ଭିନ୍‌ମଲ୍‌ରେ ଅବସ୍ଥିତ ନୀଳକଣ୍ଠ ମହାଦେବ ମନ୍ଦିର ମରାମତି ଓ ବିଗ୍ରହ ସ୍ଥାପନ ଉତ୍ସବ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତିତ୍ବ କରିବା ବେଳେ ଶୁକ୍ରବାର ଦିନ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଯେ, ଅପବିତ୍ରୀକରଣ ହୋଇଥିବା କିଂବା ଧ୍ବଂସ କରାଯାଇଥିବା ଧର୍ମପୀଠଗୁଡ଼ିକୁ ଅଯୋଧ୍ୟାର ରାମ ମନ୍ଦିର ଭଳି ପୁନଃସଂସ୍ଥାପନ କରିବା ଲାଗି ଅଭିଯାନ ଚଳାନ୍ତୁ।

ସେ ଆହୁରି ମଧ୍ୟ କହିଛନ୍ତି, ସନାତନ ଧର୍ମ ହେଉଛି ଭାରତର ‌ରାଷ୍ଟ୍ରୀୟ ଧର୍ମ। ଆମେ ସ୍ବାର୍ଥରୁ ଊର୍ଦ୍ଧ୍ବକୁ ଉଠି ପାରିଲେ ରାଷ୍ଟ୍ରୀୟ ଧର୍ମ ସହିତ ଯୋଡ଼ି ହୋଇଯାଉ। ଜାତୀୟ ଧର୍ମ ସହିତ ଯୋଡ଼ି ହୋଇପାରିଲେ ଆମ ଦେଶ ସୁରକ୍ଷିତ ରହିବ।

Leave A Reply

Your email address will not be published.