“ଯୋଗିନୀ” ଏକ ସଙ୍ଗୀତ ଭିତ୍ତିକ ଚଳଚ୍ଚିତ୍ରର ଶୁଭମୁକ୍ତି

0

ଭୁବନେଶ୍ୱର(ଆମ ଟିଭି): ଯୋଗିନୀ ଏକ ପରୀକ୍ଷାମୂଳକ ସଙ୍ଗୀତ ଭିତ୍ତିକ ଚଳଚ୍ଚିତ୍ର ଯାହା ଓଡ଼ିଆ ସିନେମା ଇତିହାସରେ କେବଳ ପ୍ରଥମ ନୁହେଁ ବରଂ ଭାରତୀୟ ସିନେମା ଦୁନିଆରେ ଏପରି ସିନେମା ଆଗରୁ ତିଆରି ହୋଇନାହିଁ l ଦଶମ / ଏକାଦଶ ଶତାବ୍ଦୀର ପୃଷ୍ଠଭୂମିରେ ତିଆରି ଏ ସିନେମାକୁ ଦେଖିଲେ ମନେ ହେବ ଯେମିତି ପୃଥିବୀର ସବୁ ସ୍ତ୍ରୀ ଲୋକମାନଙ୍କ ଭିତରେ ଗୋଟେ ଯୋଗିନୀ ଅଛି l କେବଳ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ କାହାଣୀକୁ ଏତେ ବଳିଷ୍ଠ ରୂପରେ କୁହାଯାଇପାରେ ଯୋଗିନୀ ତା’ର ଏକ ଉଦାହରଣ l ଏହି ସିନେମାରେ ୨୮ଟି ନାୟିକା l ପ୍ରତ୍ୟେକଙ୍କର କାହାଣୀ ପ୍ରତ୍ୟେକଙ୍କ ଠୁ ଭିନ୍ନ ହେଲେ, ସେଇ ଭିନ୍ନତାରେ ଯେ’ କେତେ ସମାନତା ଅଛି ତାହା ଯୋଗିନୀ ଦେଖିଲେ ସହଜରେ ବୁଝି ହେଉଛି l ଯୋଗିନୀର ଉପସ୍ଥାପନା, ତା’ର ନିର୍ଦ୍ଦେଶନା, କାହାଣୀର ଆଧାର, ସଙ୍ଗୀତ, ଚିତ୍ରତ୍ତୋଳନ ଠୁ ପୋଷାକପତ୍ର ସବୁଥିରେ ନୂତନତ୍ତ୍ୱ ଭରି ରହିଛି l ଅନ୍ତର୍ଜାତୀୟ ସ୍ତରରେ ଅନେକ ପୁରସ୍କାର ପ୍ରାପ୍ତ ଯୋଗିନୀ ଚଳଚ୍ଚିତ୍ର ଓଡ଼ିଆ ଦର୍ଶକ ମନର ଗଭୀର ସୁକ୍ଷ୍ମ ଅନୁଭୂତିକୁ ଛୁଇଁଛି l


ପ୍ରତ୍ୟେକ ସମ୍ବେଦନଶୀଳ ମଣିଷ ଏ ସିନେମାକୁ ଗଭୀର ଭାବରେ ଉପଭୋଗ କରିବେ l ବୁଦ୍ଧିଜୀବୀ ମହଲରେ ଅନେକ ଆଦୃତ ମଧ୍ୟ ହେଇଚି ଯୋଗିନୀ l


ଏ ସିନେମାର ପ୍ରଯୋଜନା ସୁପ୍ରସିଦ୍ଧ ଗାୟିକା ସୁସ୍ମିତା ଦାସ ଏବଂ ସୁପ୍ରସିଦ୍ଧ ଲେଖିକା ଓ ଚଳଚ୍ଚିତ୍ର ନିର୍ଦ୍ଦେଶିକା ବିୟତ ପ୍ରଜ୍ଞା ତ୍ରିପାଠୀ କରିଛନ୍ତି l ସୁପ୍ରସିଦ୍ଧ କବି ଓ ଚିନ୍ତକ ହରପ୍ରସାଦ ଦାସ ଙ୍କ କବିତା ଏ ଚଳଚ୍ଚିତ୍ର ର କାହାଣୀ l ସିନେମା ନିର୍ଦ୍ଦେଶନା ଦେଇଛନ୍ତି ବିୟତ ପ୍ରଜ୍ଞା ତ୍ରିପାଠୀ l ଏ ସିନେମା ର ୨୮ଟି ଗୀତ ଯାକ ଗୀତ ଗାଇଛନ୍ତି ସୁସ୍ମିତା ଦାସ l ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବଳିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଓମ୍ ପ୍ରକାଶ ମହନ୍ତି l ଚିତ୍ରତ୍ତୋଳନ କରିଛନ୍ତି ଓଡ଼ିଆ ସିନେମା ଜଗତର ପ୍ରସିଦ୍ଧ କ୍ୟାମେରାମ୍ୟାନ ଧ୍ରୁବାନନ୍ଦ ପଣ୍ଡା l ନୃତ୍ୟ ନିର୍ଦ୍ଦେଶନା ବିୟତ ପ୍ରଜ୍ଞା ତ୍ରିପାଠୀ ଓ ସଫିଉଲ ହକ୍ l ପୋଷାକ ସାଜସଜ୍ଜା ବିଜ୍ଞାନ ପ୍ରଜ୍ଞା ପାଣି l ଏଡିଟିଂ କରିଛନ୍ତି ରାଜେଶ ଦାଶ ଓ ସାଉଣ୍ଡ ଡିଜାଇନ କରିଛନ୍ତି ନିତ୍ୟ ଶ୍ରୀରଞ୍ଜନ l


ଯୋଗିନୀ ଗୋଟେ କାଳଜୟୀ ସିନେମା l ପୃଥିବୀ ଯେତେ ପୁରୁଣା ହେଲେ ବି ଏ ସିନେମା ସବୁଦିନେ ସମକାଳୀନ ହୋଇ ରହିବ ବୋଲି ନିର୍ଦ୍ଦେଶକ ମତ ଦେଇଛନ୍ତି l

Leave A Reply

Your email address will not be published.