ଏହିଦିନ ମିିଳିବ ୪ର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବ୍ୟାଙ୍କକୁ ଯାଇ ତୁରନ୍ତ କରନ୍ତୁ ଏପରି…

0

ଭୁବନେଶ୍ୱର (ଆମ ଟିଭି): ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଟଙ୍କାକୁ ନେଇ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଯୋଗ୍ୟ ହିତାଧିକାରୀଙ୍କୁ ଫେବୃଆରୀ ୮ରେ ସୁଭଦ୍ରା ଟଙ୍କା ମିଳିବ। ଏହି ଟଙ୍କା ବଣ୍ଟନ କାର୍ଯ୍ୟକ୍ରମ ପ୍ରଥମେ ଯାଜପୁରରେ ଆରମ୍ଭ ହେବ।

ଚଳିତମାସ ୩ ଓ ୪ ତାରିଖରେ ଆପଣ ବ୍ୟାଙ୍କକୁ ଯାଇ NPCI ଚେକ୍‌ କରିପାରିବେ। ଏଥିସହିତ ଯେଉଁ ହିତାଧିକାରୀମାନଙ୍କର ଛୋଟମୋଟ ସମସ୍ୟା ରହିଛି ସେମାନେ ତୁରନ୍ତ ବ୍ୟାଙ୍କ ଯାଇ ସମାଧାନ କରନ୍ତୁ। ୪ର୍ଥ ପର୍ଯ୍ୟାୟରେ ହିତାଧିକାରୀଙ୍କ ସଂଖ୍ୟା ୧ କୋଟି ଟପିପାରେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଫେବୃଆରୀରେ ଯଦି କେହି ବଞ୍ଚିତ ହୁଅନ୍ତି ତେବେ ଯାଞ୍ଚ କରିବା ପାଇଁ ମାସେ ସମୟ ଧାର୍ଯ୍ୟ କରାଯାଇଛି। ମାର୍ଚ୍ଚ ୮ ସୁଦ୍ଧା ଯାଞ୍ଚ କରି ତଥ୍ୟ ଦାଖଲ କଲେ ଉକ୍ତ ମହିଳମାନେ ମଧ୍ୟ ସୁଭଦ୍ରା ଟଙ୍କା ପାଇପାରିବେ।

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ ଯେ, ମହିଳାମାନଙ୍କୁ ଆସନ୍ତା ମାର୍ଚ୍ଚ ୮ରେ ‘ସୁଭଦ୍ରା’ର ଦ୍ୱିତୀୟ କିସ୍ତି ଟଙ୍କା ମିଳିବ।

ମହିଳାଙ୍କ ବିକାଶ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେଉଛି। ବର୍ତ୍ତମାନ ସୁଦ୍ଧା ୮୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇସାରିଲାଣି। ଏଥିରୁ କେହି ବାଦ୍‌ ପଡ଼ିବେ ନାହିଁ। ସର୍ଭେ ଚାଲିଛି। ଯୋଗ୍ୟ ହିତାଧିକାରୀମାନଙ୍କୁ ନିଶ୍ଚିତ ସୁଭଦ୍ରା ଟଙ୍କା ମିଳିବ।

Leave A Reply

Your email address will not be published.