ନୂଆଦିଲ୍ଲୀ (ଆମ ଟିଭି): ଆଜି ନୂତନ ମତ ଦାତାଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ନୂତନ ଯୁବ ଭୋଟରଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରିଥିବାର ଦେଖିବାକୁ ମିଳିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୦୦୦ ସ୍ଥାନରେ ଭିଡିଓ କନଫରେନସିଂ ମାଧ୍ୟମରେ ନୂତନ ଭୋଟରଙ୍କ ସହ ଯୋଗାଯୋଗ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଜାତୀୟ ଭୋଟର ଦିବସରେ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ଆଜି ଭାରତର ଜୀବନ୍ତ ଗଣତନ୍ତ୍ର ପାଳନ କରିବାର ଏକ ସୁଯୋଗ। ପ୍ରଧାନମନ୍ତ୍ରୀ ମୋଦୀ ଭୋଟରଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ “ନୂତନ ଭୋଟରଙ୍କୁ ଅଭିବାଦନ ଜଣାଇବା ପାଇଁ ଏହା ଏକ କାର୍ଯ୍ୟକ୍ରମ। ତୁମମାନଙ୍କୁ ଏକାଠି ଏକ ଦାୟିତ୍ୱ ତୁଲାଇବାକୁ ପଡିବ |