ଓଡିଶାର ଯୁବକମାନେ କୋରାପୁଟର ଦେଓମାଳି ଶିଖରରେ ସତ୍ୟ ସାଇ ବାବାଙ୍କ ଶତବାର୍ଷିକୀ ଲୋଗୋ ଉନ୍ମୋଚନ କଲେ
ଓଡିଶାର ଯୁବକମାନେ କୋରାପୁଟର ଦେଓମାଳି ଶିଖରରେ ସତ୍ୟ ସାଇ ବାବାଙ୍କ ଶତବାର୍ଷିକୀ ଲୋଗୋ ଉନ୍ମୋଚନ କଲେ ଏକ ଐତିହାସିକ ଏବଂ ଭକ୍ତିପୂର୍ଣ୍ଣ ପରିବେଶରେ, ଗତ ରବିବାର ଦିନ ରାଜ୍ୟର ସର୍ବୋଚ୍ଚ ଶିଖର ଦେଓମାଳିରେ ଭଗବାନ ଶ୍ରୀ ସତ୍ୟ ସାଇ ବାବାଙ୍କ ଶତବାର୍ଷିକୀ ଲୋଗୋ ଉନ୍ମୋଚନ କଲେ ଓଡିଶାର ୧୪ ଜଣ ଯୁବକ ମାନଙ୍କର ଏକ ଟିମ । ଭଗବାନ ଶ୍ରୀ ସତ୍ୟ ସାଇ ବାବାଙ୍କ ଶତବାର୍ଷିକୀ ଜନ୍ମଦିନ ପାଳନର ଅଂଶ ଭାବରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଯୁବକ ମାନେ ଦେଓମାଳିର ପାଦ ଦେଶରୁ ନିଜର ପଦଯାତ୍ରା ଆରମ୍ଭ କରିଥିଲେ, ଚଢ଼ିବା ସମୟରେ ସାଇଙ୍କ ଫଟୋ ଧରି ସାଇ ଗାୟତ୍ରୀ ଜପ କରିଥିଲେ । ଶିଖରରେ ପହଞ୍ଚିବା ପରେ, ସେମାନେ ବିଶ୍ୱବ୍ୟାପୀ ବିଶ୍ୱ ଅଖଣ୍ଡ ଭଜନର ଅଂଶ ଭାବରେ ଭଜନ ଗାଇଥିଲେ , ଯାହା ପାହାଡ଼ ଉପରେ ଏକ ଆଧ୍ୟାତ୍ମିକ ଓ ଉତ୍ସାହିତ ପରିବେଶ ସୃଷ୍ଟି କରିଥିଲା।
ଶତବାର୍ଷିକୀ ଲୋଗୋ ଉନ୍ମୋଚନ ପରେ, ଯୁବକମାନେ ସେମାନଙ୍କର ପ୍ରିୟ ଗୁରୁ ସାଇ ବବଙ୍କୁ ସାମୂହିକ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଶିଖରରେ ଉପସ୍ଥିତ ପରିଦର୍ଶକମାନେ ମଧ୍ୟ ଏହି କାର୍ଯକ୍ରମରେ ଯୋଗ ଦେଇଥିଲେ, ଯାହା ଏହି ମୁହୂର୍ତ୍ତକୁ ଆହୁରି ସ୍ମରଣୀୟ କରିଥିଲା।
ସେବା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି, ଏହି ଗୋଷ୍ଠୀଟି ଏକ ପରିମଳ ଅଭିଯାନ ମଧ୍ୟ ଆୟୋଜନ କରିଥିଲା । ଭାଗନେଇଥିବା ଏହି ଅନନ୍ୟ କାର୍ଯକ୍ରମ ସମ୍ପର୍କରେ ଯୁବକ ମାନେ କହିଥିଲେ ଯେ ‘ଜୀବନରେ ଥରେ ଆସୁଥିବା ଏହି ସୁଯୋଗ ପାଇଁ ଆମେ ବାବାଙ୍କୁ ଗଭୀର କୃତଜ୍ଞତା ଜଣାଉଛୁ’ ।