ଜେଲରୁ ମୁକୁଳିଲେ ୟୁଟ୍ୟୁବର ମନୀଷ କାଶ୍ୟପ

0

ନୂଆଦିଲ୍ଲୀ: ଜେଲରୁ  ମୁକୁଳିଲେ ମନୀଷ କାଶ୍ୟପ । ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ସହ ଭିନ୍ନ ଢ଼ଙ୍ଗରେ ଖବର ପରିବେଶଣ କରୁଥିବା ୟୁଟ୍ୟୁବର ମନୀଷ କାଶ୍ୟପ ଦୀର୍ଘ ୯ ମାସ ପରେ ପାଟନା ହାଇକୋର୍ଟରୁ ସର୍ତ୍ତମୂଳନ ଜାମିନ ପାଇଛନ୍ତି । ବିହାରର ବିୟୂ ଜେଲରେ ସେ ରହିଥିଲେ । ତାମିଲନାଡୁ ଜେଲକୁ ପଠାଯିବ ବୋଲି କୁହାଯାଇଥିଲା ।

ମାତ୍ର ସେ ୯ ମାସ ଧରି ବିବାହରରେ ଜେଲରେ ରହିଥିଲେ । ତେବେ ଜେଲରୁ ମୁକୁଳିବା ପରେ ମନୀଷ ନିଜର ପ୍ରତିକ୍ରିୟାରେ କହିଥିଲେ କି, ବିହାରରେ କଂସ ସରକାର ଚାଲିଛି । ମାତ୍ର ବେଶି କିଛି କହିବାର ସୁଯୋଗ ପାଇ ନଥିଲେ । ସେ ମୁକୁଳିବାବେଳେ ଜେଲ ସମାନାରେ ତାଙ୍କୁ ଦେଖିବା ପାଇଁ ଲୋକଙ୍କ ଗହଳି ଲାଗିଥିଲା । କାର ପାଖରେ ଲୋକମାନେ ଗହଳି କରିଥିବାବେଳେ ତାଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ ।

Leave A Reply

Your email address will not be published.