ଭୁବନେଶ୍ୱର (ଆମ ଟିଭି): ୟୁଟ୍ଯୁବରଙ୍କୁ ହତ୍ୟା ଯୋଜନାବଦ୍ଧ !। ପରିବାର ଲୋକଙ୍କ ଅଭିଯୋଗ ସୁପାରୀ ଦେଇ ରଚାଯାଇଛି ହତ୍ୟା ଷଡ଼ଯନ୍ତ୍ର । ୩ ହତ୍ୟାକାରୀଙ୍କୁ ଗିରଫ ପରେ ବି ବଢୁଛି ସନ୍ଦେହ । ମର୍ଡର ପଛରେ ଭୁବନେଶ୍ବର ବାହାରୁ ଆସିଥିବା ୩ ଅଭିଯୁକ୍ତଙ୍କ ପଛରେ ରହିଛି ଆଉ କାହାର ହାତ । ଚର୍ଚ୍ଚିତ ୟୁଟ୍ୟୁଵର ତଥା ବ୍ୟବସାୟୀ ରାହୁଲ ମହାରାଣାଙ୍କୁ ହତ୍ୟା ପାଇଁ ରଖାଯାଇଥିଲା ଷଡଯନ୍ତ୍ର । ଛାତିର ଗୋଟିଏ ସ୍ଥାନକୁ ଲକ୍ଷ୍ୟ କରି ଅଭିଯୁକ୍ତମାନେ ବାରମ୍ବାର କରିଥିଲେ ଛୁରାମାଡ। ହତ୍ୟା ପଛରେ ପୁରଣା ରାଗ ଥିବା ସଂଦେହ କରାଯାଉଛି। ଗାଡି ପାର୍କିଂକୁ ନେଇ ରାହୁଲଙ୍କ ଥିଲା ଜଣେ ବ୍ୟବସାୟୀଙ୍କ ସହ ପୂର୍ବ ଶତୃତା ।
ଅନ୍ୟପଟେ ଜଣେ ବିହାରି ଲେଡି ପୂର୍ବରୁ ଦେଇଥିଲେ ବାରମ୍ବାର ଧମକ । ତେଣୁ ହତ୍ୟା ପଛରେ କେବଳ ହତ୍ୟାକରୀ ନୁହେଁ ଏହା ପଛରେ ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ଥାଏ ପାରେ ବୋଲି ପରିବାରଲୋକ ଅଭିଯୋଗ କରିଛନ୍ତି । ରାହୁଲଙ୍କ ସାଙ୍ଗ ଶିବଙ୍କ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି ତାଙ୍କ ସ୍ତ୍ରୀ । ମାତ୍ର ୩ ମାସ ତଳେ ରାହୁଲ ବିବାହ କରିଥିବାବେଳେ ଉଜୁଡି ଗଲା ସୁନାର ସଂସାର । ରାହୁଲଙ୍କୁ ନ୍ୟାୟ ପ୍ରଦାନ ସହିତ ଦୋଷୀଙ୍କୁ କଠୋର ଶାସ୍ତି ଦେବାକୁ ଦାବି ହୋଇଛି ।