ଜୀ ସାର୍ଥକ ଫିଲ୍ମସର ନୂଆ ସିନେମା “ଡିଟେକଟିଭ୍ କରନ୍ ଅର୍ଜୁନ”ର ଶୁଭ ମହୂରତ

0

ଭୁବନେଶ୍ୱର : ଜୀ ସାର୍ଥକ ଫିଲ୍ମସ ବ୍ୟାନରରେ ପରଦାକୁ ଆସିବାକୁ ଯାଉଛି ନୂଆ ସିନେମା “ଡିଟେକଟିଭ୍ କରନ୍ ଅର୍ଜୁନ” । ଚଳଚ୍ଚିତ୍ର ଟି କିଛି ଦିନ ହେଲା ଶୁଭ ମହୁରତ ଅନୁଷ୍ଠିତ ହୋଇ ସୁଟିଂ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି ।

ଜୀ ସାର୍ଥକ ବ୍ୟାନରରେ ନିର୍ମାଣ ହେବାକୁ ଯାଉଥିବା ଏହି ନୂଆ ଚଳଚ୍ଚିତ୍ରରେ କମେଡି କିଙ୍ଗ୍ ପପୁ ପମପମ ଓ ପ୍ରଜ୍ଞାଙ୍କୁ ମୁଖ୍ୟ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ । ସେହିଭଳି ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ର ସିନେମାରେ ନାୟିକା ଭାବେ ଅଭିନୟ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଟୁକୁନା ଷ୍ଟାଇଲିସ୍‌, ପ୍ରଜ୍ଞା ମହାନ୍ତି, ଜୀବନ ପଣ୍ଡା, କୁନା ତ୍ରିପାଠୀ, ହାଡୁ, ଅରବିନ୍ଦ ଷଢ଼ଙ୍ଗୀ, ରାଜୀବ, କାଳୀ, ମନୋଜ, ସୁଶା ଦିଗବିଜୟ, ସୁମିତ, ସଂଗ୍ରାମ ପ୍ରମୁଖ ଅଭିନୟ କରିଛନ୍ତି ।

ଅଶ୍ୱିନୀ ଗଡନାୟକ ସିନେମାର ନିର୍ଦ୍ଦେଶନା ଦେଇଥିବା ବେଳେ କାହାଣୀ ଲେଖିଛନ୍ତି ନିଜେ ପପୁ ପମପମ । ସିନେମାରେ ସଂଳାପ ଲେଖିଛନ୍ତି ଟୁକୁନା ଷ୍ଟାଇଲିସ୍ । ନିର୍ମଳ ନାୟକ ଗୀତ ରଚନା କରିଥିବା ବେଳେ ଅଭିଜିତ ମଜୁମଦାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଓଲିଉଡ ଇଣ୍ଡଷ୍ଟ୍ରିର ବଛା ବଛା କଳାକାରମାନଙ୍କୁ ନେଇ ସିନେମାର ସୁଟିଂ ଆରମ୍ଭ ହୋଇଯାଇଛି । ଖୁବଶୀଘ୍ର ସିନେମାର ସୁଟିଂ ଶେଷ ହୋଇ ପରଦାକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.