ଜୀ ସାର୍ଥକ ଏବେ ପହଞ୍ଚିବ ଆପଣଙ୍କ ସହର, ଆପଣଙ୍କ ପାଖକୁ
ଭୁବନେଶ୍ବର (ଆମ ଟିଭି) : ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିଆଗରେ ରଖି ଭେଟିଦିଏ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ । ସବୁଥର କାହାଣୀରେ ନୂତନତ୍ତ୍ୱ ଓ ରୋମାଞ୍ଚ ଭରିଦିଏ ଜୀ ସାର୍ଥକ । ଯାହାକୁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ଦର୍ଶକେ ନିଜ ଜୀବନ ସହିତ ସଂଯୋଗ କରିପାରନ୍ତି। ଆମ ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ବିଶେଷ ଭାବରେ ଧ୍ୟାନ ଦେଇ ଆସୁଛି ଜୀ ସାର୍ଥକ। ଏହି କାରଣ ପାଇଁ ଏହା ସାଜିଛି ଲୋକଙ୍କର ପ୍ରଥମ ପସନ୍ଦ । ଏବେ ସମୟ ହୋଇଛି ଆଉ ପାଦେ ଆଗକୁ ବଢିବାର । ଏବେ ଜୀ ସାର୍ଥକ ପହଞ୍ଚିବ ଆପଣଙ୍କ ପାଖକୁ ।
ଦର୍ଶକ ହିଁ ଭଗବାନ । ଏହି ସିଦ୍ଧାନ୍ତକୁ ସର୍ବ ପ୍ରଥମେ ପ୍ରାଧାନ୍ୟ ଦେଇ ଜୀ ସାର୍ଥକ ଧାରାବାହିକ ହେଉ , ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ହେଉ ବା କୌଣସି ଫିଲ୍ମ ଦର୍ଶକେ ତାହାକୁ କେମିତି ନିଜ ଦୈନନ୍ଦୀନ ଜୀବନ ସହିତ ଯୋଡିବା ସହିତ କିଛି ଶିକ୍ଷା ପାଇବେ ତାହା ପ୍ରଥମ ଲକ୍ଷ । ଏବେ ଏହି ପଦ୍ଧତିରେ ଆସିବାକୁ ଯାଉଛି ନୂତନତ୍ତ୍ବ । ଜୀ ସାର୍ଥକରେ ଦେଉଥିବା କାର୍ଯ୍ୟକ୍ରମ ବିଷୟରେ ଆପଣଙ୍କ ମତ ଜାଣିବା ନିହାତି ଗୁରୁତ୍ବପୁର୍ଣ୍ଣ ବିଷୟ । ତେଣୁ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ଆପଣେଇଛି ଜୀ ସାର୍ଥକ । ଏବେ ଆପଣଙ୍କ ସହରକୁ ଭ୍ୟାନ୍ ମାଧ୍ୟମରେ ପହଞ୍ଚିବ ଜୀ ସାର୍ଥକର ଦଳ । ଯେଉଁଠାରେ ଆପଣ ନିଜେ ରଖିପାରିବେ ଆପଣଙ୍କ ମତ । ଆପଣଙ୍କ ମତକୁ ନେଇ କାର୍ଯ୍ୟକ୍ରମ କେମିତି ଆହୁରି ସରସ ଓ ସୁନ୍ଦର ହୋଇପାରିବ ତାହା ରହିବ ଆମର ଲକ୍ଷ । କେବଳ ଏତିକି ନୁହଁ ଜୀ ସାର୍ଥକର ଭ୍ୟାନ ଆପଣଙ୍କ ପାଖକୁ ଯାଇ ବିଭିନ୍ନ ଖେଳ , ପ୍ରତିଯୋଗିତା ଆୟୋଜନ କରାଇବ ଯାହାଦ୍ବାରା ଲୋକେ ମନୋରଞ୍ଜନର ଖୋରାକ ସହିତ ବିଭିନ୍ନ ପୁରସ୍କାର ପାଇପାରିବେ । ଏହା ସହିତ “ଦିଦି ନମ୍ବର ୧” ରୟାଲିଟି ସୋ ପାଇଁ ଆପଣ ସିଧାସଳଖ ଭ୍ୟାନ ପାଖରୁ ବୁଝି ନିଜ ନାମ ପଞ୍ଜୀକୃତ କରିପାରିବେ । ଦୁଇଟି ଭ୍ୟାନ୍ ମାଧ୍ୟମରେ ଓଡିଶାର ସମସ୍ତ ଜିଲ୍ଲାକୁ ବୁଲିବ ଜୀ ସାର୍ଥକର ଦଳ । ତେବେ ଜୀ ସାର୍ଥକର ଏହି କାର୍ଯ୍ୟକ୍ରମ ସହିତ ନିଜକୁ ଯୋଡି ମନୋରଞ୍ଜନ ହେବା ସହିତ ବିଭିନ୍ନ ଆକର୍ଷଣୀୟ ପୁରସ୍କାର ଜିତନ୍ତୁ ଓ ସବୁଠୁ ମୂଲ୍ୟବାନ ଆପଣଙ୍କ ମତ ରଖନ୍ତୁ ବୋଲି ଅନୁରୋଧ କରିଛନ୍ତି ଜୀ ସାର୍କର ଚିଫ ଚ୍ୟାନେଲ ଅଫିସର୍ ପ୍ରତୀକ ସିଲ୍ ।