ଡିସେମ୍ବର ୨୮ଓ ୨୯ ତାରିଖରେ ଜୀ ସାର୍ଥକର ‘ଡ୍ୟାନ୍ସ ଓଡିଶା ଡ୍ୟାନ୍ସ’ ସୋସିଆଲ ମିଡ଼ିଆ ସୁପରଷ୍ଟାର ଡ୍ୟାନ୍ସ ଲିଗରେ ହେବାକୁ ଯାଉଛି ଡ୍ୟାନ୍ସରେ କମେଡିର ତଡ଼କା

0

ଭୁବନେଶ୍ୱର (ଆମ ଟିଭି); ଓଡ଼ିଆ ଦର୍ଶକଙ୍କ ଅତି ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିଆଗରେ ରଖି ଭେଟିଦିଏ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ । ଯେଉଁଥି ପାଇଁ ଜୀ ସାର୍ଥକ ସାଜିଛି ଲୋକଙ୍କର ପ୍ରଥମ ପସନ୍ଦ । ତେବେ ପ୍ରଥମଥର ପାଇଁ ଏକ ନୂଆ ଢ଼ଙ୍ଗରେ ଜୀ ସାର୍ଥକ ନେଇ ଆସିଛି ‘ଡ୍ୟାନ୍ସ ଓଡିଶା ଡ୍ୟାନ୍ସ’ ଯେଉଁଥିରେ ନଜର ଆସୁଛନ୍ତି ସୋସିଆଲ ମିଡିଆର ସୁପରଷ୍ଟାର।

ସୋସିଆଲ ମିଡିଆର ସୁପରଷ୍ଟାରମାନେ ନିଜ ନିଜ ନାଚ, ଅଭିନୟ ବା କଳା ଦ୍ବାରା କରୁଛନ୍ତି ଆପଣଙ୍କ ମନୋରଞ୍ଜନ ଓ ଆପଣମାନେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଦେଇଛନ୍ତି ଖୁବ୍ ଭଲପାଇବା। ଏହି ନୂଆ ସିଜନରେ ମଞ୍ଚକୁ ଓହ୍ଲାଇ ନିଜର ପ୍ରତିଭା ଦେଖାଉଛନ୍ତି କୁକିସ ସ୍ୱାଇଁ, ଜାକଲିନ୍ ପରିଡ଼ା, ମିତାଲି ସରଘରିଆ, ନିକିତା ମିଶ୍ର, ଦେବସ୍ମିତା ପଣ୍ଡା, ରୋମ୍ୟାଞ୍ଜଳି ପ୍ରିୟଦର୍ଶିନୀ, ସୁସନ୍ଧ୍ୟା, ଲାବଣ୍ୟ, ହିମାଗ୍ନୀ, ଆକାଶ ହୋତା, ଆକାଶ ରାଉତ, ମନ୍ମୟ, ସଞ୍ଜୟ ମହାପାତ୍ର, ଜୟଦେବ ରାଉଳ, ହେରି, ସାନୁମୋନୁ, ମୃଣ୍ମୟ ଓ ଜଣ୍ଟୀ ।ଦର୍ଶକଙ୍କ କାର୍ଯ୍ୟକ୍ରମ ପ୍ରତି ଥିବା ଭଲପାଇବାକୁ ନଜରରେ ରଖି ନିର୍ମାତା ନେଇ ଆସିଛନ୍ତି ପ୍ରତିଯୋଗୀ ମାନଙ୍କ ପାଇଁ ଏମିତି କିଛି ବିଶେଷ ଡ୍ୟାନ୍ସ ଯୋଉଥିରେ ଆପଣ ଦେଖିବାକୁ ପାଇବେ କମେଡିର ଧମାକା। ପ୍ରତିଯୋଗୀମାନେ ବିଭିନ୍ନ ବେଶ ନେଇ କରିବେ ଡ୍ୟାନ୍ସ ସହିତ କମେଡି।

ତେବେ ଜୀ ସାର୍ଥକର ଏହି ଅଭିନବ ଯାତ୍ରାରେ ନିଜକୁ ସାମିଲ କରିବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର୍ ଶ୍ରୀ ପ୍ରତୀକ ସିଲ୍ ।

Leave A Reply

Your email address will not be published.