ଜୀ ସାର୍ଥକର ମେଗା ଧାରାବାହିକ ‘ଭାଗ୍ୟରେଖା’ କାହାଣୀ ନେଉଛି ରୋମାଞ୍ଚକର ମୋଡ

0

ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି । ଓଡିଆ ଘରର ପରମ୍ପରା ଓ ରୀତିନୀତିକୁ ନେଇ ଅନେକ ମନୋଲୋଭା ଧାରାବାହିକ ବା ନିଜର ଦର୍ଶକଙ୍କୁ ମନୋରଞ୍ଜନର କାର୍ଯ୍ୟକ୍ରମ ଭେଟି ଦଉଛି ଜୀ ସାର୍ଥକ। ତାହାମଧ୍ୟରେ ଭାଗ୍ୟରେଖା ଧାରାବାହିକ ସାଜିଛି ଧାରାବାହିକ ପ୍ରେମିଙ୍କର ପ୍ରଥମ ପସନ୍ଦ । ଆଗକୁ ଏହି ଧାରାବାହିକରେ ରୋମାଞ୍ଚକର ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଚଳିତଥର ଭାଗ୍ୟରେଖାରେ କିଛି ଭିନ୍ନ ମୋଡ଼ ଦେଖିବାକୁ ପାଇବେ ଦର୍ଶକେ।

ରେଖା ଓ ଭାଗ୍ୟ ପରସ୍ପର ପ୍ରତି ମନରେ ଥିବା ପ୍ରେମ ଭାବନାକୁ ଶେଷରେ ବ୍ୟକ୍ତ କରିଛନ୍ତି। ରେଖା, ମୟଙ୍କ ଓ ନିଜ ଘରଲୋକଙ୍କୁ ଜଣାଇଛି ଯେ ମୟଙ୍କ କୁ ସେ ବାହା ହୋଇ ନାହିଁ କାରଣ ସେ ଭାଗ୍ୟକୁ ଭଲ ପାଏ। ଯାହାକୁ ଶୁଣି ମୟଙ୍କ ରାଗରେ ଘର ଛାଡ଼ି ଚାଲିଯାଇଛି। ଅନ୍ୟ ପକ୍ଷରେ ମୟଙ୍କ ଘର ଛାଡ଼ି ଯିବା କଥା ଜାଣି ତାଙ୍କ ମା’ ଆସି ଭାଗ୍ୟ ଘରେ କରିଛନ୍ତି ପାଟିତୁଣ୍ଡ । ଯାହାପରେ ଭାଗ୍ୟ ଓ ରେଖା ମିଶି ମୟଙ୍କକୁ ଖୋଜିବାକୁ ଯାଆନ୍ତି। ଏହି ସବୁ ସୁଯୋଗର ଫାଇଦା ଉଠାଇ ମୟଙ୍କ ରେଖାର ଚରିତ୍ର ଉପରେ ପ୍ରଶ୍ନ ଉଠାଏ । ଅପରପକ୍ଷେ ଭାଗ୍ୟ ପରିବାର ମଧ୍ଯ ରେଖା ଉପରେ ରାଗ ରଖନ୍ତି ଓ କୁହନ୍ତି ରେଖା ପାଇଁ ଭାଗ୍ୟ ଆଜି ଭୁଲ ବାଟକୁ ଯାଇଛି।

ତେବେ ଏହି ସମସ୍ୟା ଭିତରେ କଣ କେବେ ରେଖା ଓ ଭାଗ୍ୟ ଏକାଠି ହୋଇପାରିବେ? ଭାଗ୍ୟ ପରିବାରକୁ ରେଖା ଓ ଭାଗ୍ୟର ପ୍ରେମ ସମ୍ପର୍କ ବିଷୟରେ ଜଣା ପଡ଼ିଲେ କଣ ହେବ? ଏହି ସମ୍ପର୍କକୁ ସେମାନେ କଣ ଆପଣାଇବେ? ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ହେଲେ ଭାଗ୍ୟରେଖା ଧାରାବାହିକକୁ ଦେଖିବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର୍ ପ୍ରତୀକ ସିଲ୍।

Leave A Reply

Your email address will not be published.