ଜିରୋ ନାଇଟ୍ ବେଳେ ଜିରୋ ଟଲେରାନ୍ସ ନୀତି, ଆଜି ସନ୍ଧ୍ୟାରୁ ଯାଞ୍ଚ କଡ଼ାକଡ଼ି
ଆଜି ବର୍ଷର ଶେଷଦିନ । ଆଉ କେଇ ଘଣ୍ଟା ପରେ ୨୦୨୪କୁ ବିଦାୟ ଦେଇ ପାଦ ଥାପିବ ୨୦୨୫। ଆଜି ରାତି ୧୨ରେ ହେବ ଜିରୋ ନାଇଟ୍ ସେଲିବ୍ରେସନ୍ । ଏନେଇ ପାର୍ଟି ମୁଡରେ ସମସ୍ତେ।
ନୂଆବର୍ଷକୁ ସ୍ୱାଗତ କରିବାକୁ ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ। ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଚାରିଆଡେ ପ୍ରସ୍ତୁତି ଜୋରଦାର। ଟୁଇନ୍ ସିଟିରେ ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ବ୍ୟାପକ ବ୍ୟବସ୍ଥା କରିଛି ।
ଜିରୋ ନାଇଟ୍ ବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଥିବା ପୁଲିସ ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ଅଭିଯାନକୁ ଜୋରଦାର କରିବ। ବାର, ପବ୍ ଓ ହୋଟେଲରେ କଡ଼ାକଡ଼ି ହେବ ଚେକିଂ।