ଆଜି ଲଞ୍ଚ ହେବ ନାହିଁ ଇଣ୍ଡିଆ ଲୋଗୋ

0

ମୁମ୍ବାଇ,୧।୯: ଇଣ୍ଡିଆ ମେଣ୍ଟ ବୈଠକର ଦ୍ୱିତୀୟ ଦିନରେ ଲୋଗୋ ଉପରେ ଏ ପର୍ଯ୍ୟନ୍ତ ସହମତ ପ୍ରକାଶ ପାଇନାହିଁ। ତେଣୁ ଆଜି ଲୋଗୋ ଲଞ୍ଚ୍‌ ହେବ ନାହିଁ। ୬ଟି ଲୋଗୋରୁ ଗୋଟିଏକୁ ଚୂଡାନ୍ତ କରାଯାଇଥିଲା। ସୂତ୍ରରୁ ପ୍ରକାଶ ଯେ , ଲୋଗୋରେ ପରିବର୍ତ୍ତନ ପାଇଁ ପରାମର୍ଶ ଦିଆଯାଇଛି। ପରବର୍ତ୍ତୀ ବୈଠକରେ ଲୋଗୋ ଲଞ୍ଚ ହୋଇପାରେ।

ସୂଚନାଯୋଗ୍ୟ, ଆଗାମୀ ଲୋକ ସଭା ନିର୍ବାଚନ ୨୦୨୪ରେ ଭାଜପାକୁ ଟକ୍କର ଦେବା ପାଇଁ ଦେଶର ୨୬ଟି ବଡ ଦଳ ଏକଜୁଟ ହୋଇ ମେଣ୍ଟ ଗଠନ କରିଛନ୍ତି। ଯାହାର ନାମ ‘ଇଣ୍ଡିଆ’ରଖାଯାଇଛି । ଗୁରୁବାର ଠାରୁ ମହାରାଷ୍ଟ୍ରର ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ଦୁଇ ଦିନିଆ ବୈଠକ ଆୟୋଜିତ କରାଯାଇଛି।

Leave A Reply

Your email address will not be published.