ବିରୋଧୀଙ୍କ ଉପରେ ବର୍ଷିଲେ ବିଜେପି ନେତା ସୁଭ୍ରମଣ୍ୟମ ସ୍ୱାମୀ

0

ନୂଆଦିଲ୍ଲୀ (ଆମ ଟିଭି): ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଭାଜପା ନେତା ସୁଭ୍ରମଣ୍ୟମ ସ୍ୱାମୀ । ଭାଜପା ନେତା ତଥା ପୂର୍ବତନ ରାଜ୍ୟ ସଭା ଏମ୍ପି ସୁବ୍ରମଣ୍ୟମ ସ୍ବାମୀ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମ୍ପର୍କରେ ଦେଉଥିବା ବିବୃତ୍ତି ପାଇଁ ବିରୋଧୀ ଦଳକୁ ଟାର୍ଗେଟ୍ କରିଛନ୍ତି। ସେମାନେ କେବେ ଭାବି ନ ଥିଲେ ଯେ ରାମ ମନ୍ଦିର ନିର୍ମାଣ ହେବ, କିନ୍ତୁ ଏହା ହେବାରୁ ବିରୋଧୀ ଈର୍ଷା କରୁଥିବା ସେ କହିଛନ୍ତି।

ଭାଜପା ନେତା ସୁବ୍ରମଣ୍ୟମ କହିଛନ୍ତି, ରାମମନ୍ଦିର ନିର୍ମାଣକୁ ନେଇ ବିରୋଧୀ ଈର୍ଷା କରୁଛନ୍ତି। ସେମାନେ ଭାବି ନ ଥିଲେ ଯେ ଏପରି ରାମ ମନ୍ଦିର ନିର୍ମାଣ ହେବ। ରାମ ମନ୍ଦିର ନିର୍ମାଣକୁ ନେଇ ସମଗ୍ର ଦେଶରେ ଉତ୍ସାହ ରହିଛି। ସେମାନେ (ବିରୋଧୀ) ଏକ କଠିନ ପରିସ୍ଥିତିରେ ଅଛନ୍ତି। ସେମାନଙ୍କୁ ମୋର ଖାତିର ନାହିଁ କାରଣ ଭାରତର ୮୨ ପ୍ରତିଶତ ହିନ୍ଦୁ ଅଟନ୍ତି। ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ- ଖ୍ରୀଷ୍ଟିଆନ, ପାରସୀ, ଯିହୁଦୀମାନେ ଆଦୌ ବିରୋଧ କରିନାହାଁନ୍ତି। ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟ ରାମ ମନ୍ଦିରକୁ ସମର୍ଥନ କରୁଛନ୍ତି। ମୁସଲମାନମାନଙ୍କ ମଧ୍ୟରେ ମଧ୍ୟ ବହୁ ସଂଖ୍ୟକ ଲୋକ କୁହନ୍ତି ଯେ ଆମେ ଭାରତରେ ରହିବାକୁ ପସନ୍ଦ କରିଛୁ, ତେଣୁ ବିରୋଧୀଙ୍କ ମନ୍ତବ୍ୟ ଦ୍ୱାରା କିଛି ଫରକ ପଡ଼ିବ ନାହିଁ।

Leave A Reply

Your email address will not be published.