ରବିଙ୍କୁ ଭେଟିଲେ ରଘୁ

0

ଦିନ କେଇଟା ପରେ ବାଲେଶ୍ୱର ଜିଲ୍ଲାରେ ହେବ ମତଦାନ। ତାହା ପୂର୍ବରୁ ଦେଖିବାକୁ ମିଳିଛି ରୋଚକ ଚିତ୍ର। ବାଲେଶ୍ୱର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ବାସ ଭବନରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ତାଙ୍କ ପତ୍ନୀଙ୍କୁ ଦେଖିବାକୁ ମିଳିଛି। ଦୀର୍ଘ ସମୟରେ ଉଭୟ ନେତାଙ୍କ ଭେଟ୍‌ଘାଟକୁ ନେଇ ନାନା କଳ୍ପନା ଜଳ୍ପନା ହେଉଥିବା ବେଳେ ରଘୁ କହିଛନ୍ତି ଆଶୀର୍ବାଦ ଦେବା ପାଇଁ ଆସିଛି। ତେବେ ଏଠି ପ୍ରଶ୍ନ ଉଠୁଛି, କିଏ ଆଶୀର୍ବାଦ ନେବା ପାଇଁ ଯାଏ? ହେଲେ ଆଶୀର୍ବାଦ ଦେବା ପାଇଁ କିଏ ଯାଏ?

ବସ୍ତା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ହେଉଛନ୍ତି ରଘୁନାଥ ମହାନ୍ତି। ଏକଦା ସେ ଉତ୍ତର ଓଡ଼ିଶାରେ ବିଜେଡିର ପାୱାରଫୁଲ୍‌ ନେତା ଥିଲେ। ହେଲେ ପାରିବାରିକ ବିବାଦରେ ଫସିବା ପରେ ବିଜେଡି ତାଙ୍କଠାରୁ ଦୂରେଇ ଯାଇଥିଲା। ବିବାଦ ସମାଧାନ ହେବା ପରେ ସେ ବିଜେପିରେ ମିଶିଥିଲେ। ସେଥିପାଇଁ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ତାଙ୍କୁ ବସ୍ତାରୁ ପ୍ରାର୍ଥୀ କରିଥିଲା। ରଘୁନାଥ ମହାନ୍ତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଥିଲେ। ତା’ପରଠାରୁ ତାଙ୍କୁ ଆଉ ବେଶୀ ଦେଖିବାକୁ ମିଳି ନଥିଲା। ସେ ବିଜେପିର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଉନଥିଲେ।

Leave A Reply

Your email address will not be published.