କଣ କହିଲେ ଯୋଗୀ
ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜାଇ ଦେଲେଣି। ଜମି ଓ ଖଣି ଲୁଟ ପରେ ମାଫିଆମାନେ ପ୍ରଭୁ ଜଗନ୍ନାଥଙ୍କ ସମ୍ପତି ଉପରେ ଆଖି ପକାଇଲେଣି। ପ୍ରଭୁ ଜଗନ୍ନାଥ ଓଡ଼ିଶାରେ ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ ଓ ଗୋ ମାଫିଆଙ୍କୁ ସାବାଡ଼ ପାଇଁ ଶକ୍ତି ଦିଅନ୍ତୁ। ଚିଲିକାର ବାଣପୁର ସଭାରେ ନବୀନ ସରକାରକୁ ଏପରି ଶାଣିତ ଢଙ୍ଗରେ ଆକ୍ରମଣ କରିଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।
ସେ କହିଛନ୍ତି, ଉତ୍ତର ପ୍ରଦେଶର ବୁଲ୍ ଡୋଜର ପରି ଓଡ଼ିଶାରେ ବି ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ ଓ ଗୋ ମାଫିଆଙ୍କୁ ସାବାଡ଼ କରାଯିବ। ଏହା ମୋଦିଙ୍କ ଭାରତ, ଯିଏ ବଦମାସୀ କରିବ ସାବାଡ଼ କରାଯିବ।