ଲଗାଣ ବର୍ଷାରେ ବଢୁଛି ନଦୀ ଜଳସ୍ତର, ଦକ୍ଷିଣ ଓଡ଼ିଶାରେ ବନ୍ୟା

0

ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି।

ଦକ୍ଷିଣ ଓଡ଼ିଶାର ସମସ୍ତ ନଦୀର ଜଳସ୍ତର ବଢିବାରେ ଲାଗିଛି। ଇନ୍ଦ୍ରାବତୀ ଡ୍ୟାମ୍‌ର ୫ଟି ଗେଟ ଖୋଲାଯାଇଥିବା ସର୍ବୋଚ୍ଚ ଯନ୍ତ୍ରୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ହେବାର ଆଶଙ୍କା ନ ଥିବା ବେଳେ ବୁଢାବଳଙ୍ଗ ନଦୀର ବନ୍ୟା ଜଳ କେବଳ ସତର୍କ ସୂଚନା ଛୁଇଁବ ହେଲେ ବ୍ରାହ୍ମଣୀ ଏବଂ ମହାନଦୀରେ ବନ୍ୟା ହେବାର କୌଣସି ଆଶଙ୍କା ନାହିଁ ବୋଲି ଯନ୍ତ୍ରୀ କହିଛନ୍ତି।

ବର୍ଷାକୁ ଦୃଷ୍ଟିରେ ରଖି ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ ସ୍ଥିତିକୁ ଦୃଷ୍ଟିରେ ରଖି ୬ ଜିଲାରେ ଆଉ ଗୋଟିଏ ଦିନ ଛୁଟି ବୃଦ୍ଧି କରାଯାଇଛି। ଶୁକ୍ରବାର ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଓ ରାୟଗଡା ଜିଲାରେ ସ୍କୁଲ ବନ୍ଦ ରହିବ ବୋଲି ସମ୍ପୃକ୍ତ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ବର୍ଷା ପାଇଁ ବାରମ୍ବାର ସ୍କୁଲ ଛୁଟି ଯୋଗୁ ପିଲାଙ୍କ ପାଠପଢ଼ା ବ୍ୟାହତ ହେଉଛି।

Leave A Reply

Your email address will not be published.