ଆଜି କାଳିଆର ୬ ଘଣ୍ଟା ଦର୍ଶନ ବନ୍ଦ

0

ଆଜି ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ପାଳନ ହେବ। ତେଣୁ ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ। ଏହି ସ୍ୱତନ୍ତ୍ର ନୀତିକୁ ଦୃଷ୍ଟିରେ ରଖି ଆପାତତଃ ଅପରାହ୍ଣ ୫ଟାରୁ ରାତି୧୧ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମଧ୍ୟାହ୍ନ ଧୂପ ପରେ ସର୍ବସାଧାରଣ ଦର୍ଶନର କଟକଣା ଲାଗୁ କରାଯିବ। ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ଓ ଶ୍ରୀକୃଷ୍ଣ ଜନ୍ମ ନୀତି ଭଳି ବାମନ ଜନ୍ମ ନୀତି ମଧ୍ୟ ସ୍ୱତନ୍ତ୍ର ବିଧିବିଧାନରେ ପାଳିତ ହୁଏ।

Leave A Reply

Your email address will not be published.