ସଂଜୟଙ୍କୁ ଭେଟିଲେ ସୋନିଆ

0

ନୂଆଦିଲ୍ଲୀ : ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତି ଦାବି କରି ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ଆପ୍‌ ସାଂସଦ ପୂର୍ବଭଳି ସଂସଦ ବାହାରେ ବିକ୍ଷୋଭ କରୁଛନ୍ତି। ଆଜି କଂଗ୍ରେସ ସାଂସଦ ସୋନିଆ ଗାନ୍ଧି ତାଙ୍କ ପାଖକୁ ଯାଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏଥିସହ ତାଙ୍କ ସମର୍ଥନ ପୂର୍ଣ୍ଣମାତ୍ରାରେ ସଞ୍ଜୟ ସିଂହ ଓ ମଣିପୁର ପ୍ରସଙ୍ଗରେ ରହିଛି ବୋଲି କହିଛନ୍ତି।

ଆପ୍‌ ଓ କଂଗ୍ରେସ ମଧ୍ୟରେ ତିକ୍ତତା ଚାଲିଥିବା ବେଳେ ଉଭୟ ଦଳ ନିକଟରେ ଅନୁଷ୍ଠିତ ବିରୋଧୀଙ୍କ ବୈଠକରେ ଏକାଠି ହୋଇଥିଲେ। କଂଗ୍ରେସ ଭଳି ଆପ୍‌ ମଧ୍ୟ ବିରୋଧୀ ମେଣ୍ଟ ଇଣ୍ଡିଆର ଅଂଶ ବିଶେଷ। ତେଣୁ ବିରୋଧୀ ମେଣ୍ଟକୁ ଅଧିକ ସୁଦୃଢ଼ କରିବାକୁ ସୋନିଆ ନିଜେ ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କୁ ଭେଟିଛନ୍ତି।

ମଣିପୁର ପ୍ରସଙ୍ଗରେ ମୋଦିଙ୍କ ବିବୃତି ଦାବି କରି ସାଂସଦମାନେ କରୁଥିବା ଦାବିକୁ ମଧ୍ୟ ସୋନିଆ ସମର୍ଥନ ଘୋଷଣା କରିଛନ୍ତି। ଗତକାଲି ରାତି ତମାମ ବିରୋଧୀ ବିକ୍ଷୋଭ କରିବା ସହ ଗାନ୍ଧି ପ୍ରତିମୂର୍ତ୍ତି ତଳେ ମହମବତୀ ଜାଳିଥିଲେ।

ଆଜି ସୋନିଆଙ୍କ ସହ ଆଲୋଚନା ବେଳର ଭିଡିଓକୁ ସଞ୍ଜୟ ସିଂହ ଟ୍ୱିଟ କରିଛନ୍ତି। ସେ କହିଛନ୍ତି, “କଂଗ୍ରେସର ପୂର୍ବ ଅଧ୍ୟକ୍ଷ ସୋନିଆ ଗାନ୍ଧି ଭେଟିବା ସହ ଟିମ ଇଣ୍ଡିଆ ଦ୍ୱାରା ମଣିପୁର ପ୍ରସଙ୍ଗରେ ଚାଲିଥିବା ଆନ୍ଦୋଳନ ଉପରେ କହିଛନ୍ତି ଯେ ମୋର ସମର୍ଥନ ଆପଣମାନଙ୍କ ସହ ରହିଛି।” ସଂସଦର ମୌସୁମୀ ଅଧିବେଶନ ବାକି କାର୍ଯ୍ୟ ଦିବସଗୁଡ଼ିକୁ ବାଦ ପଡ଼ିଥିବା ଶ୍ରୀ ସିଂହ ମଣିପୁର ପ୍ରସଙ୍ଗରେ ସଂସଦ ବାହାରେ ବିକ୍ଷୋଭ କରୁଛନ୍ତି।

Leave A Reply

Your email address will not be published.