ଅଡ଼ୁଆରେ ପଡ଼ିବେ କି ମୋ ସରକାର ?

0

ନୂଆଦିଲ୍ଲୀ : ନୂଆ କରି ଗଠନ ହୋଇଥିବା ବିରୋଧୀଙ୍କ ମେଣ୍ଟ ଇ.ଣ୍ଡି.ଆର ଅଂଶ ବିଶେଷ କଂଗ୍ରେସ ଓ ତେଲେଙ୍ଗାନାର କ୍ଷମତାସୀନ ବିଆରଏସ୍‌ ନରେନ୍ଦ୍ର ମୋଦି ସରକାର ବିରୋଧରେ ଦୁଇଟି ଭିନ୍ନଭିନ୍ନ ଅନାସ୍ଥା ପ୍ରସ୍ତାବ ଦେଇଛନ୍ତି। କଂଗ୍ରେସ ଦେଇଥିବା ଅନାସ୍ଥା ପ୍ରସ୍ତାବକୁ ଲୋକସଭା ବାଚସ୍ପତି ଓମ ବିର୍ଲା ଗ୍ରହଣ ମଧ୍ୟ କରି ନେଇଛନ୍ତି। ଆସନ୍ତା ୧୦ ଦିନ ମଧ୍ୟରେ ଏହା ଉପରେ ବିତର୍କ ହେବ।

ମଣିପୁର ହିଂସାକୁ ନେଇ ସଂସଦରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଏପରି ପ୍ରସ୍ତାବ ଆଣିଛନ୍ତି। ତେବେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ମୋଦି ସରକାରଙ୍କୁ ଅଡ଼ୁଆରେ ପକାଇ ପାରିବ କି? ସରକାର ଏହାକୁ ନେଇ ଚିନ୍ତା କରିବା ଦରକାର କି?

ସଂଖ୍ୟା ଖେଳରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଫେଲ ମାରିବା ଏକ ପ୍ରକାରର ସୁନିଶ୍ଚିତ। ତେବେ ବିରୋଧୀ ମଣିପୁର ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ଯେଉଁ ଯୋଜନା କରିଥିଲେ, ସେଥିରେ ସଫଳ ହୋଇଥିବା ଦାବି କରିଛନ୍ତି। ସଂସଦରେ ପ୍ରଧାନମନ୍ତ୍ରୀ ମୋଦି ମଣିପୁର ପ୍ରସଙ୍ଗରେ ବିବୃତି ରଖନ୍ତୁ ବୋଲି ବିରୋଧୀ ଚାହୁଁଥିଲେ।

ଏବେ ଅନାସ୍ଥା ପ୍ରସ୍ତାବ ବେଳେ ଉଭୟ ବିରୋଧୀ ଓ ସରକାରୀ ଦଳର ସାଂସଦ ଅନାସ୍ଥା ପ୍ରସ୍ତାବ ଉପରେ ନିଜର ପକ୍ଷ ରଖିବେ। ଶେଷରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଲୋକସଭାକୁ ସ୍ଥିତି ସମ୍ପର୍କରେ ଅବଗତ କରାଇବେ। ଏହାପରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହେବ।

Leave A Reply

Your email address will not be published.