ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ଦିନକୁ ଦିନ ଜୋର ଧରୁଛି ଜିଳ୍ଲା ମାନ୍ୟତା ଦାବି । ପଦ୍ମପୁରକୁ ଜିଳ୍ଲା ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିବା ପରେ ଏହି ସ୍ୱର ଆହୁରି ତୀବ୍ର ହୋଇଛି । ବିଭିନ୍ନ ଅଞ୍ଚଳରୁ ଜିଲ୍ଲା ମାନ୍ୟତା ପାଇଁ ସ୍ୱର ତୀବ୍ର ହେଲାଣି । ଏହାରି ଭିତରେ ଜିଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ ଚାଲିଛି। ଏହି ଆନ୍ଦୋଳନ ଯୋଗୁଁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ ସରକାରୀ କାର୍ୟ୍ୟାଳୟ ବନ୍ଦ ରହିଥିବା ସୂଚନା ମିଳିଛି।
ଜିଲା ସଂଘର୍ଷ ସମିତି ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରାରେ ଗାଡି ମଟର ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଏହି ବନ୍ଦରେ ସହରର ୨୦ରୁ ଅଧିକ ସଂଗଠନ ସାମିଲ ହୋଇଥିବା ଜଣାପଡ଼ିଛି।