ସଂସଦ ଭବନ ଉଦଘାଟନ ଉତ୍ସବରେ ଯୋଗଦେବେନି ୧୯ ବିରୋଧୀ ଦଳ

0

ନୂଆଦିଲ୍ଲୀ(ଆମ ଟିଭି): ନୂଆ ସଂସଦ ଭବନ ଉଦଘାଟନକୁ ନେଇ ରାଜନୀତି ଜୋରଦାର ହେବାରେ ଲାଗିଛି । ଉତ୍ସବ ବର୍ଜନ ପାଇଁ କଂଗ୍ରେସ ସମେତ ୧୯ ବିରୋଧୀ ଦଳଙ୍କ ଘୋଷଣା । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନର ଉଦଘାଟନ କରିବେ । ଏଥିପାଇଁ କାର୍ୟ୍ୟକ୍ରମ ଚୂଡ଼ାନ୍ତ ହୋଇଛି ଏବଂ ହିନ୍ଦୀ ଓ ଇଂରାଜୀ ଭାଷାରେ ନିମନ୍ତ୍ରଣପତ୍ର ମଧ୍ୟ ଜାରି ହୋଇଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଉଦଘାଟନକୁ ବିରୋଧୀ ଦଳ ବିରୋଧ କରିଛନ୍ତି ।

ବିରୋଧୀ ଦାବି କରିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତି ନୂଆ ସଂସଦ ଭବନ ଉଦଘାଟନ କରିବା ଉଚିତ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମେ ଟ୍ୱିଟ୍ କରି ଏପରି ଏକ ଦାବି ରଖିଥିଲେ । ଯାହାକୁ ବିରୋଧୀ ଦଳ ପ୍ରସଙ୍ଗ କରିଛନ୍ତି । ତେବେ କଂଗ୍ରେସ ସମେତ ୧୯ ବିରୋଧୀ ଦଳ ବୈଠକରେ ଯୋଗ ଦେବେନି ବୋଲି ସୂଚନା ରହିଛି ।

Leave A Reply

Your email address will not be published.