ଆସିଲା +୨ ରେଜଲ୍ଟ ; ଜାଣନ୍ତୁ ଛାତ୍ର ଆଗରେ ନା ଛାତ୍ରୀ, ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ରେଜଲ୍ଟ ପ୍ରକାଶ

0

ପ୍ରକାଶ ପାଇଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ପରୀକ୍ଷା ଫଳ। ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଛି। ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି। ସିଏଚଏସଇ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି।

ବିଜ୍ଞାନରେ ପାସ୍ ହାର ୮୮.୮୨%। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ। ଛାତ୍ରଙ୍କ ପାସ୍ ହାର ୮୭.୪୧%। ଛାତ୍ରୀଙ୍କ ପାସ୍ ହାର ୯୦.୨୪%।

ବାଣିଜ୍ୟରେ ମୋଟ୍ ପାସ୍ ହାର ୮୮.୦୭%। ବାଣିଜ୍ୟରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ। ଛାତ୍ରଙ୍କ ପାସ୍ ହାର ୮୬.୬୭%। ଛାତ୍ରୀଙ୍କ ପାସ୍ ହାର ୯୦.୪୩%।

କଳାରେ ପାସ୍ ହାର ୮୪.୫୦%। କଳାରେ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ଛାତ୍ରଙ୍କ ପାସ୍ ହାର ୭୭.୯୭%। ଛାତ୍ରୀଙ୍କ ପାସ୍ ହାର ୮୯.୪୫%। ଚଳିତ ବର୍ଷ ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।
୩ ଲକ୍ଷ ୯୮ ହଜାର ୯୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୩,୪୧,୭୮୧ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ୧୬୫୦୦ ଅଧ୍ୟାପକ ଖାତା ଦେଖିଥିଲେ। ବଢ଼ିଛି ପାସ୍ ହାର । ପାସ ହାର ୮୫.୮୩% । ୧୦ ହଜାର ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

ଚଳିତ ବର୍ଷ ଧନ୍ଦାମୂଳକ ଶିକ୍ଷା ପାସ୍ ହାର୍ ୭୭.୬୨%। ଏଥିରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ। ଧନ୍ଦାମୂଳକ ଶିକ୍ଷାରେ ଛାତ୍ରଙ୍କ ପାସ୍ ହାର ୭୧.୪୯%। ଛାତ୍ରୀଙ୍କ ପାସ୍ ହାର ୮୩.୪୫%।

ଚଳିତ ବର୍ଷ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ। ରେଜଲ୍ଟ ପ୍ରକାଶ ପରେ ଏହା ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ। କୌଣସି ଗୋଟିଏ ବିଷୟରେ ଇମ୍ପ୍ରୁଭମେଣ୍ଟ ପାଇଁ ସୁଯୋଗ ମିଳିବ। ପିଲା ଜଣଙ୍କ ପାସ୍ କରିଥିଲେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପାଇଁ ସୁଯୋଗ ମିଳିବ। ଜୁଲାଇ ପ୍ରଥମ ସପ୍ତାହରେ ହେବ ଇମ୍ପ୍ରୁଭମେଣ୍ଟ ପରୀକ୍ଷା।

Leave A Reply

Your email address will not be published.