ବାପାକୁ ୨୦ ପୁଅକୁ ୨୫ ବର୍ଷା ଜେଲ

0

ପୁଅ ପାଇଁ ନାବାଳିକାକୁ ଉଠାଇ ଆଣିଥିଲେ ପରିବାର ଲୋକ। ହେଲେ ପରବର୍ତ୍ତୀ ସମୟରେ ପୁଅ ଓ ବାପା ନାବାଳିକାଙ୍କ ସହିତ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିଲେ। ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି। କେନ୍ଦୁଝର ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ମାମଲାକୁ ବିଚାର କରି ବାପ ଓ ପୁଅଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ବାପାଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଜରିମାନା ଓ ପୁଅକୁ ୨୫ ବର୍ଷ ଜେଲ୍‌ ସହ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି କୋର୍ଟ।

୨୦୨୧ ଅକ୍ଟୋବର ୨୬ ତାରିଖରେ ନାବାଳିକା ଜଣକ ବାଉଁଶପାଳ ମାର୍କେଟରୁ ଚାଲି ଚାଲି ଘରକୁ ଫେରୁଥିଲେ। ଠିକ୍‌ ସେହି ସମୟରେ ବୁବୁନ ସେଠୀ ଓ ତାଙ୍କର ସହଯୋଗୀମାନେ ଏକ ବୋଲେରୋରେ ଆସି ତାଙ୍କୁ ରାସ୍ତାରୁ ଉଠାଇ ନେଇଥିଲେ। ଯାହାଫଳରେ ସେ ସଜ୍ଞା ହରାଇଥିଲେ। ଅପହରଣ ପରେ ନାବାଳିକାଙ୍କୁ ସେ ବିଲେଇପଦା ନେଇଯାଇଥିଲେ। ସେଠାରୁ ସେମାନେ ଫେରୁଥିବା ବେଳେ ରିମୁଳି ବାଇପାସ୍‌ ପାଖରେ ପୀଡ଼ିତାଙ୍କ ଚେତା ଫେରିଥିଲା। ତେଣୁ ସେ ଚିତ୍କାର ଶୁଣିଥିଲେ।

ନାବାଳିକାଙ୍କ ଚିତ୍କାର ଶୁଣି ସେହି ରାସ୍ତାରେ ଯାଉଥିବା କିଛି କିନ୍ନର ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ବୋଲେରୋକୁ ପିଛା କରି ଅଟକାଇଥିଲା। ଏପରିକି ନାବାଳିକାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଅପହରଣ ଗୋଟିଏ ଦିନ ପରେ ଅର୍ଥାତ ୨୮ ତାରିଖରେ ବୁବୁନ ସେଠୀଙ୍କ ମାଆ, ଭଉଣୀ, ଭିଣୋଇ ପ୍ରମୁଖ ପୀଡ଼ିତାଙ୍କ ଘରକୁ ଯାଇଥିଲେ। ଜବରଦସ୍ତି ନାବାଳିକାଙ୍କୁ ଉଠାଇ ଆଣିଥିଲେ। ତାଙ୍କୁ ବାଆଁଶପାଳ ନେଇ ଯାଇଥିଲେ। ସେଠାରେ ବୁବୁନ୍‌ ସେଠୀ ତାଙ୍କ ସହିତ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିଲେ। ତା’ପରେ ବୁବୁନ ସେଠୀ ତାଙ୍କୁ ନିଜ ଘରକୁ ନେଇଯାଇଥିଲା। ସେଠାରେ ୪ ମାସ ଧରି ରଖିଥିଲେ। ସେହି ସମୟରେ ତାଙ୍କ ସହିତ ଶାରୀରିକ ସମ୍ପର୍କର ଖିଥିଲେ ବୁବୁନ ସେଠୀ।

୪ ମାସ ପରେ ବୁବୁଲ ସେଠୀଙ୍କ ବାପା ଦୋଳଗୋବିନ୍ଦ ସେଠୀ ନାବାଳିକାଙ୍କୁ ନଗରିଆ ନେଇଯାଇଥିଲେ। ସେଠାରୁ ସେ ବାଆଁଶପାଳ ଫେରିବା ବେଳେ ରାକମ ଘାଟିରେ ନାବାଳିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା। ବିଶ୍ରା ରୋଡ୍‌ ଚାଇଲ୍‌ଲାଇନ୍‌ କର୍ମକର୍ତ୍ତା ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ। ପୂରା ଘଟଣା ଜାଣିବା ପରେ ପୀଡ଼ିତାଙ୍କ ବାପାଙ୍କୁ ଖବର ଦେଇଥିଲେ। ଏହା ପରେ ଝିଅକୁ ଧରି ବାପା ଘରକୁ ଫେରିଥିଲେ। ସେ ଏନେଇ କେନ୍ଦୁଝର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Leave A Reply

Your email address will not be published.