୨୦୨୪ ଥିଲା ବିଶ୍ୱର ସବୁଠୁ ଉତ୍ତପ୍ତ ବର୍ଷ
୨୦୨୪ ଥିଲା ବିଶ୍ୱର ସବୁଠୁ ଉତ୍ତପ୍ତ ବର୍ଷ । ପ୍ରଥମ ଥର ପାଇଁ ବିଶ୍ୱର ହାରାହାରି ତାପମାତ୍ରା ପ୍ରାକ୍-ଶିଳ୍ପ ସ୍ତରଠାରୁ ୧ ଦଶମିକ ୫ ଡିଗ୍ରି ସେଲସିୟସ୍ ଅତିକ୍ରମ । ଯାହାକି ଆଗାମୀ ଦିନରେ ମନୁଷ୍ୟସମାଜ ପାଇଁ ସତର୍କ ଘଣ୍ଟି । ଏମିତି କହି ଚେତାଇଛନ୍ତି ବିଶିଷ୍ଟ ବୈଜ୍ଞାନିକ ।
ବୈଜ୍ଞାନିକ କହିଛନ୍ତି ୨୦୨୪ ଥିଲା ବିଶ୍ୱର ସବୁଠୁ ଉତ୍ତପ୍ତ ବର୍ଷ । ପ୍ରଥମ ଥର ପାଇଁ ବିଶ୍ୱର ହାରାହାରି ତାପମାତ୍ରା ପ୍ରାକ୍-ଶିଳ୍ପ ସ୍ତରଠାରୁ ୧ ଦଶମିକ ୫ ଡିଗ୍ରି ସେଲସିୟସ୍ ଅତିକ୍ରମ କରିଥିଲା । ୧୯୦୧ ପରଠାରୁ ୨୦୨୪ ବର୍ଷ ଭାରତ ପାଇଁ ମଧ୍ୟ ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା । ଏହା ୨୦୨୪ରେ ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ଜନ୍ମ ଦେଇଛି ।
ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନ ଅତ୍ୟଧିକ ବାୟୁ ଓ ସମୁଦ୍ରପୃଷ୍ଠ ତାପମାତ୍ରା ବୃଦ୍ଧିରେ ସହାୟକ ହୋଇଥିଲା । ଏଲ୍ନିନୋ ସାଉଥ୍ ଅସିଲେସନ୍ ଭଳି ଅନ୍ୟାନ୍ୟ କାରଣ ମଧ୍ୟ ଅସ୍ୱାଭାବିକ ତାପମାତ୍ରାର କାରଣ । ପ୍ରବଳ ଗରମ ଯୋଗୁଁ ଉତ୍ତର ପଶ୍ଚିମ ଓ ପୂର୍ବ ଭାରତରେ ବହୁ ଲୋକ ପ୍ରାଣ ହରାଇଛନ୍ତି । ମୌସୁମୀ ସମୟରେ ବନ୍ୟା, ଭୂସ୍ଖଳନ ଓ ଲକ୍ଷଦ୍ୱୀପର ରିଫ୍ରେ ରେକର୍ଡ ବ୍ଲିଚିଂ ହୋଇଥିବା ସୂଚନା ମିଳିଛି ।
ଇମ୍ପେରିଆଲ କଲେଜ ଲଣ୍ଡନର ସେଣ୍ଟର ଫର ଏନଭାରମେଣ୍ଟାଲ ପଲିସିର ବରିଷ୍ଠ ଅଧ୍ୟାପକ ଫ୍ରିଡେରିକ୍ ଓଟୋ କହିଛନ୍ତି ଯେ ଦେଶଗୁଡ଼ିକ ଏବେ ବି ବିପୁଳ ପରିମାଣର ତୈଳ, ଗ୍ୟାସ୍ ଓ କୋଇଲା ଜାଳୁଛନ୍ତି । ତାପମାତ୍ରା ବୃଦ୍ଧି ଓ ପରିବର୍ତ୍ତିତ ପାଣିପାଗ ଯୋଗୁ ଭାଲେନ୍ସିଆ ବନ୍ୟା, ଆମେରିକା ବାତ୍ୟା, ଫିଲିପାଇନ୍ସ ବାତ୍ୟା ଓ ଆମାଜନ ମରୁଡ଼ି ଭଳି ବିପର୍ୟ୍ୟୟ ଘଟିଛି ।