ବିହାରରେ ବିଷାକ୍ତ ମଦ ପିଇ ୨୮ ଜଣଙ୍କ ମୃତ୍ୟୁ

0

ପୁଣି ବିହାରରେ ବିଷାକ୍ତ ମଦ ହାହାକାର ସୃଷ୍ଟି କରିଛି। ରାଜ୍ୟରେ ବିଷାକ୍ତ ମଦ ପିଇ ୨୮ ଜଣଙ୍କ ମୃତ୍ୟୁ ଘଟିଲାଣି। ଏଥିସହ ଏକାଧିକ ଲୋକ ଆସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତକମାନେ ସିୱାନ ଏବଂ ଛପରା ଜିଲ୍ଲାର ହୋଇଥିବା ସୂଚନା ମିଳିଛି।

ପୁଲିସ ସୂଚନା ଅନୁସାରେ, ଏହି ଦୁଇ ଜିଲ୍ଲାରେ ଅନେକ ଲୋକ ବିଷାକ୍ତ ମଦ ପିଇବା ପରେ ଅସୁସ୍ଥ ହୋଇ ପଡିଥିଲେ। ସେମାନଙ୍କ ମଧ୍ୟରୁ ୨୮ ଜଣଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରୁ ସିବାନ ଜିଲ୍ଲାର ୨୦ ଜଣ ଥିବାବେଳେ ଛପରାରେ ୮ ଜଣ ଅଛନ୍ତି। ଏବେ ମଧ୍ୟ ଜଣଙ୍କ ପରେ ଜଣେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ଫଳରେ ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି।

ବିହାରରେ ବିଷାକ୍ତ ମଦ ପିଇ ଏକକାଳୀନ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିବା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି। ଏହାକୁ ଦୃଷ୍ଟିରେ ୨୦୧୬ରେ ତତ୍କାଳୀନ ସରକାର ରାଜ୍ୟରେ ମଦ ବିକ୍ର ଏବଂ ମଦ ସେବନ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଥିଲେ। ମାତ୍ର ରାଜ୍ୟରେ ମଦମୃତ୍ୟୁର କରୁଣ ଦୃଶ୍ୟକୁ ରୋକାଯାଇ ପାରୁନାହିଁ।

ସେପଟେ ଏପରି ଦୁଃଖଦ ସମୟରେ ରାଜ୍ୟ ସରାକରର ମନ୍ତ୍ରୀ ଥିବା ରତ୍ନେଶ ସାଦାଙ୍କ ଏକ ଅଜବ ବିବୃତ୍ତି ସାମ୍ନାକୁ ଆସିଛି। ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ପରେ ମଧ୍ୟ ଏହା ପ୍ରଶାସନିକ ବିଫଳତା ନୁହେଁ ବୋଲି ସେ କହିଛନ୍ତି

Leave A Reply

Your email address will not be published.