ମୁମ୍ବାଇ (ଆମ ଟିଭି): ଆଲର୍ଟରେ ମୁମ୍ବାଇ ପୋଲିସ । ଜଣେ ଅଜ୍ଞାତ ବ୍ୟକ୍ତି ମୁମ୍ବାଇ ପୁଲିସ କଣ୍ଟ୍ରୋଲକୁ ଫୋନ କରି ଦାବି କରିଛନ୍ତି ଯେ ଶୁକ୍ରବାର ଦୁବାଇରୁ ତିନିଜଣ ଆତଙ୍କବାଦୀ ଆସି ମୁମ୍ବାଇରେ ପହଞ୍ଚିଛନ୍ତି ଜ୍ଝ ଏହି ଆତଙ୍କବାଦୀଙ୍କ କନେକ୍ସନ ପାକିସ୍ତାନ ସହ ଥିବାବେଳେ କଲ୍ କରିଥିବା ବ୍ୟକ୍ତି ଜଣକ ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ବ୍ୟକ୍ତିଙ୍କ ନାମ ସହ ମୋବାଇଲ ନମ୍ବର ମଧ୍ୟ ଦେଇଛନ୍ତି ଜ୍ଝ ଅଜ୍ଞାତ ବ୍ୟକ୍ତି ଜଣକ ସହଯୋଗ କରୁଥିବା ଲୋକଙ୍କ ନାମ ମୁଜିବ ସୟିଦ କହିଥିବାବେଳେ ତାଙ୍କ ମୋବାଇଲ୍ ନମ୍ବର ଏବଂ ଗାଡି ନମ୍ବର ମଧ୍ୟ ପୁଲିସକୁ ଦେଇଥିଲେ। ସୂତ୍ରରୁ ପ୍ରକାଶ ଯେ କଲରଙ୍କ ନାମ ହେଉଛି ରାଜା ଥୋଙ୍ଗେ ଯିଏ କଣ୍ଟ୍ରୋଲ ରୁମକୁ ଫୋନ କରିଥିଲେ ।
ଏହି କଲ ପରେ ପୁଲିସ ଆଲର୍ଟ ମୋଡକୁ ଆସିଯାଇଛି ଜ୍ଝ ଏହାପୂର୍ବରୁ ଗତ ମାସ ମାର୍ଚ୍ଚ ୧ ତାରିଖ ରାତି ୧୧ଟା ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ମୁମ୍ବାଇର କୁର୍ଲାରେ ବିସ୍ଫୋରଣ ହେବା ନେଇ କହିଥିଲେ। ୧୦ ମିନିଟ ମଧ୍ୟରେ କୁର୍ଲାରେ ଏକ ବିସ୍ଫୋରଣ ହେବ ବୋଲି କଲର୍ କହିଥିଲେ ଏବଂ ଫୋନ୍ କଲ ପରେ ତୁରନ୍ତ ପୁଲିସ ସମୟ ନଷ୍ଟ ନକରି ତଦନ୍ତ ପାଇଁ ଏକ ଟିମ୍ ଗଠନ କରିଥିଲା। ତେବେ ଘଣ୍ଟା ଘଣ୍ଟା ଯାଞ୍ଚ ପରେ ପୁଲିସ ସେଠାରୁ କୌଣସି ସନ୍ଦେହଜନକ ଜିନିଷ ପାଇ ନଥିଲା।